ଭୁବନେଶ୍ୱର: ଆହୁରି ୪ଦିନ ପର୍ଯ୍ୟନ୍ତ ଯାରି ରହିବ ଖରା । ସାରା ରାଜ୍ୟରେ ମଧ୍ୟାନରେ ତାତି ଅନୁଭୁତ ହେଉଥିବା ବେଳେ ଅପରାହ୍ନ ରେ କାଳ ବୈଶାଖୀ ଜନିତ ବର୍ଷା ଦେଖିବାକୁ ମିଳିବ । କାଳବୈଶାଖୀ ଜନିତ ବର୍ଷା ପାଇଁ କେତେକ ଜିଲ୍ଲାକୁ ୟେଲୋ ଆଲର୍ଟ ଜରି କରାଯାଇଛି । ଆଜି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍ ଦେଲେ ବାକି ୨୧ଟି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । କାଳବୈଶାଖୀକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି କାଳବୈଶାଖୀ ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।