ଭୁବନେଶ୍ୱର: ଶୁକ୍ରବାର ପରି ସନିବାର ମଧ୍ୟ ରାଜ୍ୟରେ କାଳବୈଶାଖ ପ୍ରଭାବ ଦୋଖିବାକୁ ମିଳିଛି ସେଥିପାଇଁ ତାପମାତ୍ରା କମ୍ ରହିଛି । ଆଜି କାଳବୈଶଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହୁଛି । ଆଜି ସୋମବାର ବଡ଼ କାଳବୈଶାଖୀ ହେବାର ଅଛି । ତାପମାତ୍ରା ଆହୁରି କମିବାର ସମ୍ଭାବନା ରହିଛି। କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ କାଲି ରାଜ୍ୟର ୧୮ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା କିଛି ସ୍ଥାନରେ ବର୍ଷା ହୋଇଛି କିଛି ସ୍ଥାନରେ ବର୍ଷା ହୋଇନି । ସେହିପରି ଆଜି ମଧ୍ୟ ୨୧ ଜିଲ୍ଲାକୁ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ଆଜି ଅନୁଗୋଳ, ଢେଙ୍କାନାଳ, ଯାଜପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳରେ କୁଆପଥର ମାଡ଼ ହେବା ନେଇ ସମ୍ଭାବନା ରହିଥିବା ବେଳେ କଟକ, ଯାଜପୁର, ଢେଙ୍କାନାଳ, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୫ ଓ ୨୬ ତାରିଖରେ କାଳବୈଶାଖୀର ପ୍ରଭାବ କ୍ରମଶଃ କମିବ। ସେହିପରି ଆସନ୍ତା ୨ ଦିନ ପର୍ୟ୍ୟନ୍ତ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ହ୍ରାସ ପାଇବା । ଆସନ୍ତା ୨୬ ତାରିଖରୁ ତାପମାତ୍ରା ବଢିବାରେ ସଂଭାବନା ରହୁଛି ।