ଟାଉନ ଥାନା ପକ୍ଷରୁ ପୋଲିସ ସମିତି ବୈଠକ

ସମାଜକୁ ଶୃଙ୍ଖଳିତ, ଭାଇଚାରା,ଶାନ୍ତ ରଖିବା,ତଥା ,ମାନବିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା,ସମସ୍ତଙ୍କ ଧନ,ଜୀବନ ସୁରକ୍ଷାର ଅହମ ଭୂମିକା ଲିଭଆଇଥାଏ ପୋଲିସ

ଭୁବନେଶ୍ୱର: ସୁସ୍ଥ ସମାଜ ଗଠନରେ ପୋଲିସର ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ ।ସମାଜକୁ ଶୃଙ୍ଖଳିତ, ଭାଇଚାରା,ଶାନ୍ତ ରଖିବା,ତଥା ,ମାନବିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା,ସମସ୍ତଙ୍କ ଧନ,ଜୀବନ ସୁରକ୍ଷାର ଅହମ ଭୂମିକା ଲିଭଆଇଥାଏ ପୋଲିସ ।ବ୍ରିଟିଶ ରାଜ ପୋଲିସ ଢାଞ୍ଚା ଆଉ ନାହିଁ ।ପୋଲିସ,ରାଜନେତା ଓ ଜନତା ସଂପର୍କ ନିବିଡ଼ତା ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିଵ ।

ରାଇରଙ୍ଗପୁର ଆଦର୍ଶ ଥାନା ପକ୍ଷରୁ ଗ୍ରାମବାସୀଙ୍କ ସହ ନିବିଡ ସଂପର୍କ ରଖିବା ଲାଗି ଟାଉନ ଥାନା ଅଧିକାରିଣୀ ଶ୍ରୀମତୀ ସ୍ବର୍ଣ୍ଣଲତା ମିଂଜଙ୍କ ତତ୍ତ୍ଵାବଧାନରେ ତାମଳବନ୍ଧ ଗ୍ରାମରେ ଆମ ପୋଲିସ ସମିତି ର ଏକ ବିଶାଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବାମନଘାଟୀ ପୋଲିସ ଉପଖଣ୍ଡ ପ୍ରଶାସକ ଶ୍ରୀ ଗୋକୁଳାନନ୍ଦ ସାହୁ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳରେ ବେଆଇନ ଗୋଲାଣ,ଅବୈଧ ନିଶା କାରାବାର,ଜୁଆଖେଳ,ବେନିୟମ ପଥର ଖନନ, ଅସାମାଜିକଙ୍କ ଗତିବିଧି,ଲୁଟେରା,ହେଲମେଟ ଚେକିଂ ଭଳି କାର୍ଯ୍ୟ ଉପରେ ନଜର ରଖା ଯିବା ସହ ଗ୍ରାମାଞ୍ଚଳରେ ପୋଲିସ ପେଟ୍ରୋଲିଂକୁ କଡାକଡି କରାଯିବ ବୋଲି କହିଛନ୍ତି ।