ନିଷ୍ପତି ପ୍ରତ୍ୟାହାର ନିଦ୍ଦେର୍ଶ

କେନ୍ଦ୍ରାପଡ଼ା :ସ୍କୁଲ କ୍ୟାମ୍ପସକୁ କ୍ୟାମେରା ମନା ପ୍ରସଙ୍ଗରେ ନିଷ୍ପତି ପ୍ରତ୍ୟାହାର ପାଇଁ ଗଣମାଧ୍ୟମକୁ କୌଣସି ସ୍ଥାନକୁ ମନା କରିବା ପଲିସି ନୁହେଁ ବୋଲି କହିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ । ଉପରୁ ଅର୍ଡର ନଆସିବା ଯାଏଁ ନିଷ୍ପତି ପ୍ରତ୍ୟାହାର ହେବନି ବୋଲି କହିଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ । କେନ୍ଦ୍ରାପଡା ଡିଇଓ ଏନେଇ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାକୁ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଗତକାଲି ସଂଧ୍ୟାରେ କଙ୍କଡ଼ାହାଡ଼ ବିଇଓ ଚିଠି ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଗଲା ବୋଲି ବିଇଓ କହିଥିଲେ । ୮ ତାରିଖରେ ସ୍କୁଲଗୁଡିକୁ ଚିଠି ଲେଖି ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍କୁଲ ପରିସରରେ ପ୍ରବେଶ ନେଇ କଟକଣା ଲଗାଇଥିଲେ ବିଇଓ । ଯାହା ବିରୋଧରେ ପ୍ରତିବାଦର ସ୍ୱର ତୀବ୍ର ହୋଇଥିଲା । ଚାରିଆଡୁ ବିରୋଧ ପରେ ସର୍କୁଲାର ପ୍ରତ୍ୟାହାର କରିଛନ୍ତି ଢେଙ୍କାନାଳ କଙ୍କଡ଼ାହାଡ଼ ବିଇଓ ।