ନବରଙ୍ଗପୁର : ବିଡିଓ ବିଧାୟକ କଥା କଟାକଟି । ଦୁର୍ନିତୀଗ୍ରସ୍ତ ଅଫିସର ବୋଲି କହି ବର୍ଷିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବିଡିଓ ନିଜକୁ ମହିଳା ଓ ଦଳିତ ବୋଲି କହି ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି ତାରା ବାହିନୀପତି । ସାଧାରଣ ସ୍ଥାନରେ ବିଡିଓଙ୍କ ଉପରେ ବର୍ଷିଲେ ବିଧାୟକ । ସୂଚନା ମୁତାବକ ୧୬ ଦଫା ଦାବି ନେଇ ପାପଡ଼ାହାଣ୍ଡି ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଗତକାଲି ଠାରୁ ଧାରଣା ଦିଆଯାଇଥିଲା । ଧାରଣା ସ୍ଥଳରେ ଜୟପୁର ବିଧାୟକ ତାରା ବାହିନୀପତି ପହଞ୍ଚିଥିଲେ । ନିଜ ମନ୍ତବ୍ୟ ରଖିବା ବେଳେ ବିଭିନ୍ନ ଉନ୍ନୟନ ମୂଳକ କାମରେ ବିଡିଓ ରଞ୍ଜିତା ମଲ୍ଲିକ ଦୁର୍ନୀତି କରୁଥିବା ଅଭିଯୋଗ କରିଥିଲେ । ଏହି ସମୟରେ ବିଡିଓ ରଞ୍ଜିତା ମଲ୍ଲିକଙ୍କୁ ଅଫିସ ଫାଟକ ଆଗରେ ଅଟକାଇଥିଲେ ବାହିନୀପତି ।

ବିଡିଓ ପାଲଟା ତାରା ବାହିନୀପତିଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଆକ୍ଷେପ କରିଥିଲେ । ନିଜ ବିରୁଦ୍ଧରେ ଆସିଥିବା ଦୁର୍ନୀତି ଅଭିଯୋଗର ପ୍ରମାଣ ମାଗିଥିଲେ ବିଡିଓ । ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ବିଡିଓଙ୍କୁ ପୋଲିସ ଆସି କାର୍ୟ୍ୟାଳୟ ଭିତରକୁ ନେଇ ଯାଇଥିଲେ । ପରବର୍ତ୍ତୀ ସମୟରେ ସଭାସ୍ଥଳରେ ବିଡିଓ ପହଁଚି ବିଧାୟକଙ୍କୁ କ୍ଷମା ପ୍ରାର୍ଥନା ମାଗିଥିଲେ । ବିଡିଓ କହିଥିଲେ, ଆପଣଙ୍କ କଥା ମୋତେ ଆଘାତ ଦେଇଛି, କିନ୍ତୁ ଯଦି ମୋ କଥା ଆପଣଙ୍କୁ ଆଘାତ ଦେଇଥାଏ ତେବେ ମୁଁ କ୍ଷମାପ୍ରାର୍ଥୀ ।