ଡାକ୍ତରଙ୍କର ୧୯ ରାଣୀ

କେନ୍ଦ୍ରାପଡା ନକଲି ଡାକ୍ତର ନାଁ ରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି ।ପୁଣି ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଗୋହାଟି ଫ୍ଲାଟ ଦେବା ନାଁରେ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ ରମେଶ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା । ମେ ୨୦୨୧ରେ କରୋନା କଟକଣା ଭିତରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ ରମେଶ ।ବାହାଘରରେ ରମେଶ, ରମେଶର ଭିଣୋଇ ଗଣେଶ, ଓ ରମେଶ ଡ଼୍ରାଇଭର ପପୁ ଉପସ୍ଥିତ ରହିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ସେଠାରେ ସାବତ ମା’, ଭଉଣୀ, ପୁରୋହିତ ଉପସ୍ଥିତ ରହି ବୈଦିକ ରିତିନିତୀ ଅନୁସାରେ ଗୃହ ପ୍ରବେଶ କରାଇଥିଲେ । ଭଉଣୀ ଜଣଙ୍କ ନଣନ୍ଦ ପୁଟୁଳି ବାବଦକୁ ସୁନା, ମୋବାଇଲ, ଦାମୀ ଶାଢି, ମଧ୍ୟ ନେଇଥିଲେ । ମହିଳା ଡାକ୍ତର ଜଣଙ୍କ ଲିଖିତ ଅଭିଯୋଗ କରିବା ପରେ ୧୬୧ ଧାରାରେ ବୟାନ ରେକର୍ଡ଼ କରିଛି ପୋଲିସ ।