ଆସନ୍ତା ୧୭ରୁ ୩ଟି ପର୍ଯ୍ୟାୟରେ ଖେଳାଯିବ ରଣଜୀ ଟ୍ରଫି

ଆସନ୍ତା ୧୭ ତାରିଖରୁ କଟକ ଓ ଭୁବନେଶ୍ୱରରେ ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ-ବି’ର ମ୍ୟାଚ୍‌ ଖେଳାଯିବ ।

(ଭୁବନେଶ୍ୱର) : ଆସନ୍ତା ୧୭ ତାରିଖରୁ କଟକ ଓ ଭୁବନେଶ୍ୱରରେ ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ-ବି’ର ମ୍ୟାଚ୍‌ ଖେଳାଯିବ । କଟକର ବାରବାଟୀ ଷ୍ଟାଡିୟମ ଓ ଭୁବନେଶ୍ୱରର ବିକାଶ ଗ୍ରାଉଣ୍ଡରେ ମ୍ୟାଚ୍‌ ଆୟୋଜନ ପାଇଁ ପ୍ରସ୍ତୁତି ହୋଇଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ୧୭ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ ।

ସୂଚନାନୁଯାୟୀ , ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ବେଙ୍ଗଲ-ବରୋଦା, ହାଇଦ୍ରାବାଦ୍‌-ଚଣ୍ଡିଗଡ଼ ବିପକ୍ଷ ମ୍ୟାଚ୍‌ ରହିଥିବା ବେଳେ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ବେଙ୍ଗଲ-ହାଇଦ୍ରାବାଦ୍‌, ବରୋଦା-ଚଣ୍ଡିଗଡ଼, ମାର୍ଚ୍ଚ ୩ରୁ ୬ ତାରିଖ ପର୍ଯ୍ୟନ୍ତ ବେଙ୍ଗଲ-ଚଣ୍ଡୀଗଡ଼, ବରୋଦା-ହାଇଦ୍ରାବାଦ୍‌ ବିପକ୍ଷ ମ୍ୟାଚ୍‌ ଧାର୍ଯ୍ୟ ହୋଇଛି ।