ଭୁବନେଶ୍ୱର: ରାଜ୍ୟରେ ବଢୁଛି କୋରୋନା ସଂକ୍ରମଣ । ଏଥିସହିତ ବଢୁଛି ନୂଆ ଭାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ଓମିକ୍ରନକୁ ନେଇ ଆଜି ସମୀକ୍ଷା କରିବେ ରାଜ୍ୟ ବିଜେଡି ସୁପ୍ରିମୋ । ରାଜ୍ୟରେ ଓମିକ୍ରନ ସ୍ତିତିକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟାରେ ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କୋଭିଡ ସ୍ଥିତି ସମୀକ୍ଷା କରିବେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହିବେ । ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିବା ପରେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ନୂଆ ଭାରିଏଣ୍ଟକୁ ନେଇ ସମ୍ଭାବ୍ୟ ସ୍ଥିତି ଉପରେ ଏହି ବୈଠକରେ ଆଲୋଚନା କରାଯିବ ।