ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀ ପାଳିତ

ରାଉରକେଲା: ଇସ୍ପାତ ସାହିତ୍ୟ ଖଟି ତରଫରୁ ଇସ୍ପାତ ମାର୍କେଟ ଠାରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଆବାହକ କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡଃ ସୁମନ ଦତ୍ତ ମୁଖ୍ୟଅତିଥି,ଡଃ ଅଶ୍ବିନୀ କୁମାର ରାୟ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଇସ୍ପାତ ମାର୍କେଟ ବଣିକ କଲ୍ୟାଣ ସଂଘର ସାଧାରଣ ସଂପାଦକ ମୁରଲିଧର ମିଶ୍ର ଓ ପ୍ରାକ୍ତନ ସଭାପତି ହରିହର ସାହୁ ପ୍ରମୁଖ ଯୋଗଦେଇ ପଲ୍ଲୀକବିଙ୍କ ଜୀବନୀ ଓ ସାରସ୍ବତ ସାଧନା ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଡଃ ରାୟ କବିଙ୍କ ସଂପର୍କରେ ଆଲୋଚନା କରି କହିଲେଯେ ତାଙ୍କ ସାହିତ୍ୟ କୃତିରେ ଉପନ୍ୟାସ କନକଲତା, ନାଟକ ମୋଗଲ ମହାନାୟକ, ଓ ପ୍ରଭାତ ସଂଗୀତ, ନିର୍ଝରଣୀ,ବସନ୍ତ କୋକିଳ,ତରଙ୍ଗିଣୀ, ଚାରୁଚିତ୍ର, ଜନ୍ମଭୂମି,ନିର୍ମାଲ୍ୟ ପ୍ରମୁଖ ଭାଷା ସାହିତ୍ୟକୁ ରୁଦ୍ଦିମନ୍ତ କରିଥିବା ବେଳେ ବର୍ଷା ଭାବନା, ପଲ୍ଲୀସଂଧ୍ୟା ସୁନ୍ଦର ଭାବେ ଚିତ୍ରଣ ହୋଇଛି। ମା’ର କୋଳ ଓ ଗଛର ଛାଇ ଯେଭଳି ଆକର୍ଷିତ କରେ କବିଙ୍କ ସାହିତ୍ୟ ସେପରି ପାଠକଙ୍କୁ ଆକର୍ଷିତ କରିଥାଏ। ସେଥିଲେ କାବ୍ୟ ଜଗତର ଚିତ୍ରକର। ମୁଖ୍ୟଅତିଥି ଡଃ ଦତ୍ତ ପଲ୍ଲୀକବିଙ୍କୁ ଗ୍ରାମ୍ୟ ଓ ପ୍ରକୃତିପ୍ରାଣ ତଥା ପଲ୍ଲୀଚିତ୍ର ବିଶୁଦ୍ଧ ଚିତ୍ରଣର ସାହିତ୍ୟ ସାଧକ ରୂପେ ଅବହିତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ମିଶ୍ର ଓ ଶ୍ରୀ ସାହୁ କବିଙ୍କ ଜୀବନୀ ଓ ସାରସ୍ବତ ସାଧନା ଉପରେ ବକ୍ତବ୍ଯ ରଖି ସାମ୍ପ୍ରତିକ ସ୍ଥିତିରେ ତାହାର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ମାର୍କେଟ କମିଟି ତରଫରୁ ଡଃ ଦତ୍ତ ସମାଜସେବା ଓ ସାହିତ୍ୟ କ୍ଷେତ୍ରରେ ଡକ୍ଟରେଟ ଉପାଧି ପାଇଥିବା ଯୋଗୁଁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁରୁ ଶରତଚନ୍ଦ୍ର ପଣ୍ଡା ‘ରେ ଆତ୍ମନ ନିଦ୍ରା ପରିହାରୀ ‘ ଗାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଶୋକ ପଣ୍ଡା, ବାବୁଲା ସିଂହ, ହିମାଂଶୁ ଶେଖର ପରିଡା, ରାଜୁ ନାୟକ, ରାଜୀବ ଚୌଧୁରୀ, ମୀନାକ୍ଷୀ ରାୟ,ଦେବେନ୍ଦ୍ର କୁମାର ଆନନ୍ଦ, ଦୁର୍ଗା ସାହୁ,ପ୍ରତାପ ପାଣିଗ୍ରାହୀ, ମୁକେଶ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।