ରାଜସ୍ଥାନରେ ସମସ୍ତ ମନ୍ତ୍ରୀ ଇସ୍ତପା ଦେଲେ

ଜୟପୁର : ରାଜସ୍ଥାନରେ ସବୁ ମନ୍ତ୍ରୀ ଇସ୍ଥପା ଦେଇଛନ୍ତି । ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ ସମସ୍ତ ମନ୍ତ୍ରୀ ଇସ୍ତପା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ଇସ୍ତପା ପତ୍ର ପଠାଇଛନ୍ତି । ଏହା ପୂର୍ବରୁ ଗେହଲଟ ସରକାରରେ ୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି । ଏନେଇ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ଇସ୍ତଫା ଦେଇଥିବା ୩ ଜଣ ମନ୍ତ୍ରୀଙ୍କ ମଧ୍ୟରେ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂ ଡୋଟାସରା,ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଓ ରାଜସ୍ୱମନ୍ତ୍ରୀ ହରିଶ ଚୌଧୁରୀ ରହିଛନ୍ତି । କୁହାଯାଉଛି କି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ଛକା ପଞ୍ଝା ଭିତରେ ଏହି ତିନିଜଣ ମନ୍ତ୍ରୀ ବଳି ପଡିଛନ୍ତି । ରାଜସ୍ଥାନ କଂଗ୍ରେସରେ କିଛିମାସ ହେବ ସଚ୍ଚିନ ପାଇଲଟ ଓ ଅଶୋକ ଗେହଲଟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି । ସଚ୍ଚିନ ପାଇଲଟ ନିଜ ଗୋଷ୍ଠୀର ବିଧାୟକଙ୍କୁ ମନ୍ତ୍ରୀପଦ ଦେବାକୁ ଦାବି କରୁଥିବା ବେଳେ ଏନେଇ କିଛି ମତ ରଖିନାହାଁନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅନ୍ୟପଟେ ଏହି ସମସ୍ୟାକୁ ନେଇ ଅନେକ ଦିନ ହେବ ରାଜସ୍ଥାନ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ୩ ମନ୍ତ୍ରୀଙ୍କ ଇସ୍ତଫା ପରେ ଦଳ ଭିତରର କନ୍ଦଳ ଏବେ ପଦାରେ ପଡିଛି । ୩ ମନ୍ତ୍ରୀଙ୍କ ଇସ୍ତଫା ପରେ ଗେହଲଟଙ୍କ ମନ୍ତ୍ରୀମଣ୍ଡଳରେ ୧୨ ଜଣ ନୂଆମନ୍ତ୍ରୀ ଯୋଗଦେଇ ପାରନ୍ତି ।