(ଜଗନ୍ନାଥ ମହାନ୍ତି / କଟକ) : ଓଡ଼ିଶା ମୋ ପରିବାର ଅନୁଷ୍ଠାନର ସ୍ରଷ୍ଟା ତଥା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ ନେତୃତ୍ବରେ ଓଡ଼ିଶା ମୋ ପରିବାର ପକ୍ଷରୁ ସାରା ରାଜ୍ୟରେ ଚାଲିଛି ରକ୍ତଦାନ ଶିବିର। ଓଡ଼ିଶା ମୋ ପରିବାର ର ଆବାହକ ଅରୂପ ପଟ୍ଟନାୟକ ତତ୍ତ୍ଵାବଧାନରେ କଟକ ଜିଲ୍ଲାର ସଂଯୋଜକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ଵାଳ ଙ୍କ ସହଯୋଗରେ ଚୌଦ୍ବାର କଟକ ନିର୍ବାଚନ ମଣ୍ଡଳୀରେ ଦୁଇ ସପ୍ତାହ ଧରି ଚାଲୁଥିବା ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ର ଆଜି ହେଉଛି ଅନ୍ତିମ ଦିନ । ଶେଷ ଦିନରେ ୬୦୦ ଶହ ୟୁନିଟି ରକ୍ତ ସଂଗ୍ରହ ହୋଇଥିବା ବେଳେ ଜିଲ୍ଲାରୁ ମୋଟ୍ ୨୦୦୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ନିର୍ଦିଷ୍ଟ ସମୟ ପୁର୍ବରୁ ଏକ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାରୁ ରାଜ୍ୟବାସୀଙ୍କୁ ଟୁଇଟ୍ ଯୋଗେ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ଭଳି ପରିସ୍ଥିତି ରେ ରକ୍ତର ଅଭାବ ପାଇଁ ଯେମିତି କାହାର ଜିବନ ନ ଯାଏ ସେଥିପାଇଁ ଓଡ଼ିଶା ମୋ ପରିବାର ପକ୍ଷରୁ ଏହି ପ୍ରୟାସ ଜାରି ରହିଛି। ଓଡିଶା ଆଉ ଯେଉଁମାନେ ଏଭଳି ବିପତ୍ତି ସମୟରେ ରକ୍ତଦାନ କରୁଛନ୍ତି ସେମାନଙ୍କୁ କଟକ ଜିଲ୍ଲାର ସଂଯୋଜକ ଦାୟୀତ୍ୱରେ ଥିବା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଙ୍କୁ ଧନ୍ୟବାଦ ଜଣାଇଛନ୍ତି କଟକ ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂହ। ଆଜିର ଏହି ରକ୍ତଦାନ ଶିବିର ଉଦଯାପନୀ କାର୍ୟ୍ୟକ୍ରମ ବୋସ୍ ଇଞ୍ଜିନିୟରିଂ କଲେଜ୍ ନିକଟରେ କରାଯାଇଥିବା ବେଳେ ଅନୁଷ୍ଠାନର ଆବାହକ ଅରୂପ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଉ ବହୁ ସଂଖ୍ୟକ ଯୁବକ, ଯୁବତୀ, ଓ ବିଜୁ ଜନତା ଦଳର କର୍ମିମାନେ ଉପସ୍ଥିତ ଥିଲେ।