ବ୍ରହ୍ମପୁର କୁଠାରୀ ମନ୍ଦିର ଗାଈଗୋଠ ସାହିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ସ୍ଥାନୀୟ କୁଠାରୀ ମନ୍ଦିର ଗାଈ ଗୋଠ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ଘରେ ରୋଷେଇ କରୁଥିବା ବେଳେ ହଠାତ୍ ଗ୍ୟାସ ସିଲିଣ୍ଡର ପାଇପରେ ନିଆଁ ଲାଗି ବିସ୍ପୋରଣ ।

(ଗଂଜାମ / ହର ପ୍ରସାଦ ବିଷୋୟୀ) : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ସ୍ଥାନୀୟ କୁଠାରୀ ମନ୍ଦିର ଗାଈ ଗୋଠ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ଘରେ ରୋଷେଇ କରୁଥିବା ବେଳେ ହଠାତ୍ ଗ୍ୟାସ ସିଲିଣ୍ଡର ପାଇପରେ ନିଆଁ ଲାଗି ବିସ୍ପୋରଣ । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚିଥିଲେ । ଏହି ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ବେଳେ ଘରେ ଥିବା ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି ।

ସୂଚନାନୁଯାୟୀ , କାଳିଆ ଗୌଡ ଓ ତାଙ୍କ ସ୍ତ୍ରୀ ଗାୟତ୍ରୀ ଗୌଡ ନିଜ ଘରେ ରୋଷେଇ କରୁଥିବା ବେଳେ ହଠାତ୍ ଗ୍ୟାସ ସିଲିଣ୍ଡର ପାଇପରେ ନିଆଁ ଲାଗି ଯାଇଥିଲା । ତେବେ ନିଜ ଜୀବନ ବଞ୍ଚାଇବା ନେଇ ଘର ବାହାରକୁ ଦୌଡ଼ି ଆସିଥିଲେ ପରିବାର ସଦସ୍ୟ ଓ ସାହି ବାସୀଙ୍କୁ ଜଣାଇ ଥିଲେ । ନିଆଁର ପ୍ରଭାବ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ, ନିଆଁକୁ ସ୍ଥାନୀୟ ବାସିନ୍ଦା ଆୟତ କରି ପାରି ନଥିଲେ ଏବଂ ତୁରନ୍ତ ଦମକଳ ବାହିନୀକୁ ସୂଚନା ଦେଇଥିଲେ । କିନ୍ତୁ ନିଆଁର ପ୍ରଭାବ ଅତ୍ୟଧିକ ରହିଥିବା ଫଳରେ ଗ୍ୟାସ ହାଣ୍ଡିଟି ଫାଟି ଯାଇଥିଲା । ଘଟଣା ସ୍ଥଳରେ କେହି ନଥିବା ବେଳେ କାହାକୁ କିଛି କ୍ଷତି ହୋଇନଥିବା ସୂଚନା ମିଳିଛି।