ସିଆରପିଏଫ କ୍ୟାମ୍ପକୁ ଧସେଇ ପଶିଲେ ଶତାଧିକ ଆଦିବାସୀ, ଯବାନଙ୍କ ଗୁଳିରେ ୩ ମୃତ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୁଳିମାଡ଼। ସୁଚନା ମୁତାବକ ଗତ କିଛି ଦିନ ତଳେ ବିଜାପୁର ଜିଲ୍ଲାର ସିଲଗର ଗାଁରେ ନୂତନ କରି ସ୍ଥାପନ ହୋଇଥିବା ସିଆରପିଏଫ କ୍ୟାମ୍ପକୁ ଅଞ୍ଚଳ ବାସୀ ବିରୋଧ କରିଆସୁଥିଲେ । ସୋମବାର ଶତାଧିକ ଆଦିବାସୀ କ୍ୟାମ୍ପ ଭିତରେ ଧସେଇ ପଶିବା ଲାଗି ଚେଷ୍ଟା କରୁଥିବା ବେଳେ ଯବାନମାନେ ତାଙ୍କ ଉପରେ ଗୁଳିଚାଳନା କରିଥିଲେ। ଏଥିରେ ୩ ଜଣ ଆଦିବାସୀ ପ୍ରାଣ ହରାଇଥିବା ଜଣାପଡିଛି । ତେବେ ଏମାନେ ସମସ୍ତେ ନକ୍ସଲ ପନ୍ଥିଙ୍କ ମିଲିସିଆ ମେମ୍ବର ବୋଲି ବସ୍ତର ଆଇଜି ପି ସୁନ୍ଦର ରାଜ ସୂଚନା ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ଜାରି ରହିଛି ।