(ଜଗନ୍ନାଥ ମହାନ୍ତି / କଟକ) ; କଟକ ସିଏମସିର ପୁର୍ବତନ କର୍ପୋରେଟର ଧିର ସେଠୀଙ୍କ ରାଣୀହାଟ ଗୋପାଳ ସାହି ଘରେ ଚାଲୁଥିବା ନକଲି ମଦ ଫ୍ୟାକ୍ଟ୍ରିକୁ ଠାବ କରି ବିପୁଳ ପରିମାଣର ମଦକୁ ଜବତ କରିଛି ମଙ୍ଗଳାବାଗ ଥାନା ପୋଲିସ। ପୋଲିସର ସୂଚନା ମୁତାବକ ଶନିବାର ବିଳମ୍ବିତ ରାତିରେ ଚଢାଉ କରି ୪୬୮ ଲିଟର ନକଲି ମଦକୁ ଜବତ କରିଥିବାବେଳେ ଧୀର ସେଠୀ ସହଯୋଗୀ ତଥା ତାଙ୍କ ମଦ କାରାବାରକୁ ଅଧିକ ବଢାଉଥିବା ସହଯୋଗୀ କାଳନ୍ଦୀ ସ୍ୱାଇଁକୁ ଗିରଫ କରାଯାଇଛି। ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀ ଚାଲିଥିବା ବେଳେ କଟକରେ ଲକଡାଉନ ଏବଂ ସଟଡାଉନ ଜାରି ରହିଛି। ଏହା ପୁର୍ବରୁ ଗୋପାଳସାହିରେ ନକଲି ମଦ କାରଖାନା ଖୋଲିଥିବା ପୋଲିସ ନଜରକୁ ଆସିଥିଲା। ତେବେ ନକଲି ମଦ ତିଆରି ପାଇଁ ଆଠଗଡ଼ ଅଞ୍ଚଳରୁ କଞ୍ଚାମାଲ ଆଣି ନିଜ ଘରେ ମିଶ୍ରଣ କରୁଥିଲା। ଆଉ ଏହି ବେଆଇନ କାମରେ ଧିରକୁ ସହଯୋଗ କରୁଥିଲା କାଳନ୍ଦୀ। ଆଉ ଶନିବାର ବିଳମ୍ବିତ ରାତିରେ ଥାନା ଅଧିକାରୀ ଅମିତାଭ ମହାପାତ୍ରଙ୍କ ନେତୃତ୍ୱରେ ଚଢାଉ କରାଯାଇ ୧୭ ଟି ବ୍ଲାଡର୍,୬ ଟି ଜାରକିନ୍,୫ ଟି ପ୍ଲାଷ୍ଟିକ ବୋତଲ ଜବତ କରାଯାଇଥିଲା। ନକଲି ବ୍ୟବସାୟର ମୁଖ୍ୟ ମାଷ୍ଟରମାଇଣ୍ଡ୍ ଧିର ସେଠୀ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ପୋଲିସ୍ ବିଭିନ୍ନ ସ୍ଥାନରେ ରେଡ କରୁଥିବା ଜଣାପଡିଛି।