ଭୁବନେଶ୍ୱର : ଆଜି ରାଜ୍ୟରେ ୯୩୨୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୧୪ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୩୬ ଜଣ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୯୧ ହଜାର ୬୭୪କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୭୮୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବରଗଡ଼ରୁ ୪୮୭, ସମ୍ବଲପୁରରୁ ୪୭୦, ନୂଆପଡ଼ାରୁ ୪୩୪, କଳାହାଣ୍ଡିରୁ ୪୧୦, ଅନୁଗୁଳ ଓ ଝାରସୁଗୁଡ଼ାରୁ ୩୮୪ ଜଣ ଲେଖାଏଁ, ପୁରୀରୁ ୩୧୯, ବଲାଙ୍ଗୀରରୁ ୩୧୩ ଓ ନବରଂଗପୁରରୁ ୩୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।