ନୂଆପଡ଼ା : ଖଡି଼ଆଳ ବ୍ଲକ ଅନ୍ତର୍ଗତ ଗଡ୍ରାମୁଣ୍ଡା ପଞ୍ଚାୟତ ମିଶନଠାରେ କାରୁଣ୍ୟବାଳ ନିକେତନର ୨୨ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ବୟସ ୭ରୁ ୧୮ବର୍ଷ । ସେହିପରି ନବପ୍ରଭାତ ଆଶ୍ରମ ବିଦ୍ୟାଳୟର ୧୧ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ବୟସ ୫ରୁ ୧୧ବର୍ଷ ବୋଲି ବିଭାଗ ପକ୍ଷରୁ ପ୍ରକାଶ । ଛାତ୍ରଛାତ୍ରୀମାନେ କରୋନା ଆକ୍ରାନ୍ତ ହେବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ଛାତ୍ରଛାତ୍ରୀମାନଙ୍କୁ ଆଶ୍ରମର ସ୍ୱତନ୍ତ୍ର କୋଠରୀ ମଧ୍ୟରେ ରଖି ଚିକିତ୍ସା କରାଯାଉ ଥିବା ଡାକ୍ତର ଅର୍ଣ୍ଣଦା ଶଙ୍କର ଦାଶ ପ୍ରକାଶ କରିଛନ୍ତି ।
ଏନେଇ ନୂଆପଡା ଜିଲ୍ଲାପାଳ ସ୍ୱଧା ଦେଵ ସିଂଙ୍କୁ ପଚାରିବାରୁ ଛାତ୍ରଛାତ୍ରୀମାନେ ଆକ୍ରାନ୍ତ ଅଛନ୍ତି ଏବଂ ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି । ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦେବେନ୍ଦ୍ର ରାଉତ ପଚାରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ସେ ଫୋନ ଉଠାଇ ନଥିଲେ ।