( ଅମର ଦେହୁରୀ): କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀ ପୀଠ ଶୋଭନୀୟ ଶିକ୍ଷାଶ୍ରମଠାରେ ରାଜ୍ୟସ୍ତରୀୟ କବି, ଲେଖକ ଓ ପାଠକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୌଜନ ସଂଯୋଗୀ ସଜଫୁଲର ସମ୍ପାଦକ ବାବୁଲାଲ ପଲେଇଙ୍କ ରଚିତ ପୁସ୍ତକ ‘ ଉତ୍ତରଦାୟୀ’ ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁସ୍ତକ ଉନ୍ମୋଚନ, ଆଲେଚନା ଚକ୍ରଓ କବିତା ପାଠ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଫୁଲଚନ୍ଦନ ଓ ଫୁଲର ସମ୍ପାଦକ କବି ଜୀବନ ନୃସିଂହ ପ୍ରସାଦ ମହାନ୍ତି, ସାମ୍ମାନୀୟ ଆଲୋକ ୟୁ.ଟି.ଆ.ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ରାଉତରାୟ ଯୋଗଦେଇ ଆନୁଷ୍ଠାନିକ ଉଦଘାଟନ ଓ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରିଥିଲେ ।