(ସୁନ୍ଦରଗଡ଼) : ନାବାଳିକାକଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ। ଭୋକ ମେଣ୍ଟୀଯିବା ପରେ ନାବାଳିକାଙ୍କୁ ଫିନାଇଲ ପିଇବାକୁ ବାଧ୍ୟ କଲା ନରରାକ୍ଷସ ଦୁର୍ବୃତ୍ତ। ଏଭଳି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ବଣେଇ ଜଗନ୍ନାଥପୁର ଅଚଂଳରେ । ତେବେ ପୀଡିତା ନାବାଳିକାକୁ ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ସତ୍ୟ ସ୍ଵାଇଁକୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ଗତ ୮ ତାରିଖରେ ସୁନ୍ଦରଗଡ଼ ବଣେଇ ଜଗନ୍ନାଥପୁର ଅଚଂଳରେ ଜଣେ ନାବାଳିକା ଘରେ ଏକୁଟିଆ ଥିବା ବେଳେ ତାର ସୁଯୋଗ ନେଇ ସତ୍ୟ ସ୍ଵାଇଁ ନାମକ ଜଣେ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ କରିବା ପରେ ନାବାଳିକାକୁ ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ। ନାବାଳିକାକୁ ଫିନାଇଲ ପିଆଇ ଅଭିଯୁକ୍ତ ସତ୍ୟ ସ୍ଵାଇଁ ସେହି ସ୍ଥାନରୁ ଫେରାର ହୋଇଯାଇଥିଲା । ପରିବାର ଲୋକେ ଘରେ ପହଞ୍ଚିବା ବେଳକୁ ନାବାଳିକାଙ୍କୁ ଅଚେତ ଅବସ୍ଥାରେ ପଡିଥିଲେ।