ଟୁକୁନା ଖରା/ନବରଙ୍ଗପୁର : ଆଜି ନବରଙ୍ଗପୁର ସଦର ମହକୁମା ସ୍ଥିତ ଚମୁରିଆଗୁଡା ଜିଲ୍ଲା ବିଦ୍ୟୁତ ବିଭାଗର କାର୍ୟ୍ୟାଳୟ ସମ୍ମୁଖରେ ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ ସଂଗଠନର ନବରଙ୍ଗପୁର ଶାଖା ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ପାଇଁ ଧାରଣା ଦିଆଯାଇଛି। ସଂଘର ଡିଭିଜନ ସଂପାଦକ ଜେ. ରାମ ରାଜୁ ଙ୍କ ନେତୃତ୍ୱରେ ଅସ୍ଥାୟୀ କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି ଓ ୩ମାସର ବକେୟା ଦରମା ଦାବି କରି ଧାରଣା ରେ ବସିଛନ୍ତି ଏବଂ କାର୍ୟ୍ୟରତ ଅସ୍ଥାୟୀ ଶ୍ରମିକ ମାନେ ଦାବି ପୂରଣ ନହେଲା ପର୍ୟ୍ୟନ୍ତ ଧାରଣା ବସି ରହିବୁ ବୋଲି ଚେତାବନୀ ଦେଇଛନ୍ତି।