(ପ୍ରଶାନ୍ତ ସ୍ୱାଇଁ / ଓମ୍ ପ୍ରକାଶ ମିଶ୍ର) : ଅସତ୍ୟ ଉପରେ ସତ୍ୟର ଜୟ କରିବାପାଇଁ ଧରାପୃଷ୍ଠରେ ଅବତରଣ କରିଛନ୍ତି ମା’ ଦଶଭୂଜା । ଯେଉଁ ପରମ୍ପରାକୁ ପାଥେୟ କରି ସାଗର କ୍ଲବ ତରଫରୁ ୨୭ତମ ରାବଣ ପୋଡି ମହୋତ୍ସବ ପାରାଦୀପର ବିଜୁ ମଇଦାନରେ ବଡ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ସ୍ଥାନିୟ ବିଧାୟକ ଡାଃ ଦାମୋଦର ରାଉତ ଯୋଗଦେଇଥିବାବେଳେ ସମ୍ମାନିୟ ଅତିଥୀଭାବେ ପଶ୍ଚିମ ଓଡିଶାର ପୁର୍ବତନ ବିଧାୟକ ଜଙ୍ଗେଶ୍ୱର ଯୋଗଦେଇଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ରାବଣ ପୋଡି ମହୋତ୍ସବକୁ ସରସ ସୁନ୍ଦର କରିବାରେ ସାଗର କ୍ଲବ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏହି ଉତ୍ସବରେ ବିଭିନ୍ନ ଜିଲ୍ଲାରୁ ଆତସବାଜୀ ଦଳ ମାନଙ୍କୁ ଅଣାଯାଇ ଆତସବାଜୀ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା । ତେବେ ଦଳରୁ ବହିସ୍କାର ହେବାପରେ ବିଧାୟକ ଦାମୋଦର ରାଉତ ଦୁର୍ନିତି ବିରୁଦ୍ଧରେ ଚଳାଇଥିବା ଅଭିଯାନରେ କହିଥିଲେ ୧୨ ହଜାର ବର୍ଷ ତଳେ ରାବଣ ର ଦଶଟି ଅବିଗୁଣ ଥିବାରୁ ପ୍ରଭୁ ରାମଚନ୍ଦ୍ର ରାବଣ ହତ୍ୟା କରିଥିଲେ ତେବେ ବର୍ତମାନ ରାଜ୍ୟ କୁ ଯୋଉ ରାବଣ ଶାସନ କରୁଛନ୍ତି ତାଙ୍କର ୨୪ଟି ଅବିଗୁଣ ଅଛି ଯାହାକୁ ନେଇ ମୁଁ କହିବାକୁ ଆସିଛିବୋଲି ସେ ପ୍ରକାଶ କରିଛନ୍ତି । ଏହି ଉତ୍ସବକୁ ଦେଖିବାପାଇଁ ପାରାଦିପ ଓ ତାର ଆଖପାଖ ଅଚଂଳର ପ୍ରାୟ ହଜାରରୁ ଉର୍ଦ୍ଧ ଜନା ସମାଗମ ଦେଖିବାକୁ ମିଳିଥିଲା ।
ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ବେଶ ଧୁମଧାମରେ ରାବଣ ପୋଡି ପାଳିତ ହୋଇଯାଇଛି । ସୋନପୁର ବ୍ଲକ ଛକ ରୋଏଲ ପଡିଆଠାରେ ରାବଣ ପୋଡି ଅନୁଷ୍ଠିତ ହୋଇଯାଇଛି ।