( ମମତା ସାମଲ): ବତ୍ୟା ତିତଲି ଧିରେ ଧିରେ ଦୁର୍ବଳ ହେଉଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ସାରା ରାଜ୍ୟରେ ବର୍ଷା ଲାଗିରହିଥିବାବେଳେ ସିଲିଭର ସିଟି କଟକ ସ୍ଥିତି ସଙ୍ଗୀନ ହୋଇପଡିଛି ।
କଟକରେ ଆଜି ସକାଳ ସୁଦ୍ଧା ୧୩୩ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ରକ୍ସି ଲେନରେ ୩ ଫୁଟ ଉଚ୍ଚରେ ପାଣି ଚାଲୁଥିବାବେଳେ ଚୌଧୁରୀ ବଜାର, ସୂତାହାଟ, ସେମିନାର ଛକ, କଲେଜ ଛକ ସମେତ ବହୁ ପ୍ରମୁଖ ସ୍ଥାନ ଜଳାର୍ଣ୍ଣବ ହୋଇଛି । ଜଳ ନିଷ୍କାସନ ପାଇଁ ୨୦୦ରୁ ଅଧିକ ପମ୍ପ ନିୟୋଜିତ କରାଯାଇଛି ଏବଂ ସୁଇସ ଗେଟ ଖୋଲି ଦିଆଯାଇଛି । କମିଶନର, ଜିଲ୍ଲାପାଳ ଓ ମେୟର ପ୍ରଭାବିତ ଅଂଚଳ ବୁଲି ଦେଖୁଛନ୍ତି । ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ସୂଚନା ଦେଇଛନ୍ତି ।