(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ୭ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାର ୩ ଜଣ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୧୮ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ସୁନ୍ଦରଗଡ ଜିଲ ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ବେଳେ ଭଦ୍ରକ ଜିଲ୍ଲାରେ ୧୯ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି । ସେହିଭଳି ସୁନ୍ଦରଗଡ ଜିଲ୍ଲାରେ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ଜିଲ୍ଲାରେ ଆକ୍ଟିଭ ପଜିଟିଭଙ୍କ ସଂଖ୍ୟା ୭ ରହିଛି । ଭଦ୍ରକରେ ନୂଆ ୩ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁରରୁ ୨ ଜଣ ଓ ବନ୍ତ ବ୍ଲକରୁ ଜଣେ ପୁରୁଷ ଅଛନ୍ତି । ଗତକାଲି ବାଲେଶ୍ୱରରୁ ୬, ଯାଜପୁରରୁ ଜଣେ ଏବଂ କୋରାପୁଟ ଜିଲ୍ଲାରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ। । ପୂର୍ବରୁ ଭଦ୍ରକ, ଭଣ୍ଡାରିପୋଖରୀ, ବାସୁଦେବପୁର, ଧାମନଗର ଓ ତିହିଡ଼ି ବ୍ଲକରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ବନ୍ତ ବ୍ଲକରୁ ଚିହ୍ନଟ ହେଲେ । ତେବେ ଏହି ୭ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସ୍ପଷ୍ଟ ଜଣାପଡ଼ି ନାହିଁ। ଗତକାଲି ଗୋଟିଏ ଦିନରେ ଓଡ଼ିଶାରେ ୮ଜଣ ଚିହ୍ନଟ ହୋଇଥିଲେ। ଆଜିର ୫ ଜଣଙ୍କୁ ମିଶାଇ ୨୪ ଘଣ୍ଟାରେ ୧୩ କରୋନା ପଜିଟିଭ ଚିହ୍ନଟ ହେଲାଣି ।