( ଆଦର୍ଶ ରାଉତ): ଆସନ୍ତା ନଭେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ । ଗତ ୧୬ ତାରିଖଠାରୁ ଭାରତୀୟ ଦଳର ୧୫ ଜଣିଆ ଟିମ ଆସି ଭୁବନେଶ୍ୱରରେ ପହଞ୍ଚିଛି । ଆଜି ଭାରତର ଅଧିନାୟକ ଶ୍ରୀ ଜେ ରବିଇନ୍ଦ୍ରମ୍ ଓ କୋଚ୍ ହରେନ୍ଦ୍ର ସିଂ ଗଣମାଧ୍ୟମକୁ କହିଛନ୍ତି ଏସିଆ କ୍ରୀଡାରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ଜିତିଲା ପରେ ଦଳର ମନୋବଳ ଦୃଢ ଅଛି । ଭାରତରେ ବିଶ୍ୱକପ ହେଉଥିବାରୁ ଦର୍ଶକଙ୍କର ସମର୍ଥନ ଆମ ପାଇଁ ଲାଭବାନ ହେବ । ଆମେ ପଡିଆରେ ଏଗାର ଜଣ ଖେଳୁଥିବାବେଳେ ଦର୍ଶକମାନେ ଆମ ପାଇଁ ଟୁଏଲ୍ ମ୍ୟାନର କାମ କରିବେ । ଭାରତ ହକି ବିଶ୍ୱ କପରେ ଭଲ ପ୍ରଦର୍ଶନ କରିବ ବୋଲି ଉଭୟ କହିଛନ୍ତି ।