ନୂଆଦିଲ୍ଲୀ– ଦେଶରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଦେଖିବାକୁ ମିଳୁଛି । ତେବେ ୨୪ ଘଣ୍ଟାରେ୩୫ ହଜାର ୩୪୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୧୨ ଲକ୍ଷ ୯୩ ହଜାର ୬୨ କୁ ବୃଦ୍ଧି ପାଇଛି ।ଏଥିସହିତ ଦେଶରେ କରୋନାରେ ୪୮୩ଜଣଙ୍କ ମୃତ୍ୟୁ ଘଟିଛି ।ଏହା ଫଳରେ ମୋଟ ମୃତ୍ୟୁସଂଖ୍ୟା ୪ଲକ୍ଷ ୧୯ହଜାର ୪୭୦ କୁ ବୃଦ୍ଧି ପାଇଛି ।ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୫ହଜାର ୫୧୩ ଜଣ ରହିଥିବାବେଳେ ସୁସ୍ଥ ସଂଖ୍ୟା ୩କୋ;ି ୪ଲକ୍ଷ ୬୮ ହଜାର ୭୯ କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୪୨ କୋଟି ୩୪ ଲକ୍ଷ ୧୭ ହଜାର ୩୦ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।