ଅକ୍ଟୋବର ୩୦ରେ ଭାରତ ବନ୍ଦ

(ରିପୋର୍ଟସଟୁଡେ): ଆରକ୍ଷଣ ବିରୋଧୀ ସଂଗଠନମାନଙ୍କ ସହିତ ଅନ୍ୟ ଓବିସି ଓ ସାଧାରଣ ବର୍ଗ ସଙ୍ଗଠନମାନଙ୍କ ପକ୍ଷରୁ ଜାତିଭିତିକ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ପୁଣି ଥରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଅକ୍ଟୋବର ୩୦ରେ ଭାରତ ବନ୍ଦ ରହିବ । ଓବିସି ଓ ସାଧାରଣ ବର୍ଗ ପକ୍ଷରୁ ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଗତ ସେପ୍ଟେମ୍ବର ଛଅ ତାରିଖ ଭାରତ ବନ୍ଦ ପରେ ଆଧ୍ୟାତ୍ମିକ କଥାବାଚକ ଦେବକୀନନ୍ଦନ ମହାରାଜଙ୍କ ଅଭ୍ୟୁଦୟ ଜାତିଭିତିକ ଏସସି/ଏସଟି ଆଟ୍ରୋସିଟି ବିରୋଧୀ ଆନ୍ଦୋଳନକୁ ଏକ ନୂଆ ଆୟାମ ପ୍ରଦାନ କରିଛି । କେନ୍ଦ୍ରରେ ବିଶ୍ୱଶକ୍ତି ପାର୍ଟି, ଆରକ୍ଷଣ ବିରୋଧୀ ପାର୍ଟି, ଅନାରକ୍ଷିତ ସମାଜ ପାର୍ଟି, ପବ୍ଲିକ ପଲିଟିକାଲ ପାର୍ଟି ଭଳି ରାଜ୍ୟ ସ୍ତରରେ କଳିଙ୍ଗ ନ୍ୟାସନାଲ ଫ୍ରଣ୍ଟ ଭଳି ଛୋଟ ଛୋଟ ରାଜନୈତିକ ଦଳମାନେ ଏଇ ଆନ୍ଦୋଳନ ପଛରେ ଛିଡ଼ା ହେବାକୁ ଆରମ୍ଭ କଲେଣି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଓବିସି ଓ ସାଧାରଣ ବର୍ଗ ବିରୋଧୀ ଆଭିମୁଖ୍ୟର ତୀବ୍ର ସମାଲୋଚନା କରି ଏହାର ପ୍ରତି ଜିଲ୍ଲା ସ୍ତରରେ ଯଥାଶକ୍ତି ମୁକାବିଲା କରିବାକୁ ଅ ।ହ୍ୱାନ ଦେଇଛନ୍ତି । ଦେଶର ଏକତା ଓ ଅଖଣ୍ଡତା ବିରୋଧୀ ଜାତିଭିତିକ ଆଇନ ରୁଦ୍ରନାରାୟଣ ସେନା ତା’ର ଦଳବଳ ନେଇ ରାସ୍ତାକୁ ଓହ୍ଲେଇବ ବୋଲି ସେନାମୁଖ୍ୟ ସୀତାରାମ ଶତପଥୀ ସୂଚନା ଦେଇଛନ୍ତି ।