ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଯବାନଙ୍କ ଏନକାଉଣ୍ଟରରେ ୨୨ ରୁ ଅଧିକ ମାଓବାଦୀ ନିହତ । ଛତିଶଗଡ-ତେଲେଙ୍ଗାନା ସୀମାନ୍ତ ବିଜାପୁର ଜଙ୍ଗଲରେ ଯବାନଙ୍କ ବଡ ଅପରେସନ । କାରେଗୁଟ୍ଟା ପାହାଡର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ଯାଉଥିଲେ ଯବାନ । ହଠାତ ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନମୟ ହୋଇଥିଲା । ନକ୍ସଲଙ୍କ ବିରୋଧରେ ମିଶନ ସଂକଳ୍ପ ଅଭିଯାନରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳଙ୍କ ବଡ଼ ଅପରେସନ ଜାରି ରହିଛି । ଅପରେସନରେ ଜିଲ୍ଲାର ରିଜର୍ଭ ଫୋର୍ସ, ଡିଆରଜି, କୋବ୍ରା ବାଟାଲିୟନ, ସ୍ପେଶାଲ୍ ଟାସ୍କ ଫୋର୍ସ ଓ ରାଜ୍ୟ ପୋଲିସର ସମସ୍ତ ୟୁନିଟ ୨୪ଶହରୁ ଅଧିକ ସୁରକ୍ଷା ବଳ ସାମିଲ ହୋଇଛନ୍ତି ।