ସୁକମା ଏନକାଉଣ୍ଟରରେ ୨ ମାଓବାଦୀ ନିହତ ; ଏବେବି ଜଙ୍ଗଲରେ ଡିଆରଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଜାରି

ଛତିଶଗଡ: ସୁକମା ଏନକାଉଣ୍ଟରେ ୨ ମାଓବାଦୀ ନିହତ । ଯବାନଙ୍କ ପକ୍ଷରୁ ସର୍ଚ୍ଚା ଅପରେସନ ଜୋରଦାର କରାଯାଇଛି । ସୂଚନା ମୁତାବକ, ଛତିଶଗଡ ସୁକମା ଭେଜାଇ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଜୋରଦାର ଏନକାଉଣ୍ଟର ।ଫଳରେ ଏହି ଏନକାଉଣ୍ଟରରେ ୨ ନକ୍ସଲ ନିପାତ ହୋଇଛନ୍ତି । ଏବେବି ଜଙ୍ଗଲରେ ଡିଆରଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ଜଣାପଡିଛି । ଏହାସହ ଏହାର ଆଖାପାଖ ଇଲାକାରେ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିଥିବା କହିଛିି ସୁକମା ପୁଲିସ ।