ଇସ୍ଲାମଵାଦ : ପାକିସ୍ତାନକୁ ଚାଇନାର ଝଟକା । ପାକିସ୍ତାନକୁ ଅନ୍ଧାର କରିବାକୁ ଦେଉଛି ଧମକ । ପାକିସ୍ତାନ ଏପରି ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଚାଇନା ପାକିସ୍ତାନ ସରକାରଙ୍କୁ ଧମକ ଟଙ୍କା ପୈଠ ନହୁଏ ତେବେ ସେମାନେ ପାକିସ୍ତାନକୁ ଅନ୍ଧାର କରିଦେବେ। ଦେଇଛନ୍ତି ଯେ ଯଦି ସେମାନଙ୍କର ୩୦ ହଜାର କୋଟି ଚାଇନିଜ କମ୍ପାନୀ କହିଛନ୍ତି ଯେ ସେମାନେ ଚଳିତ ମାସରେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ କରିବାକୁ ବାଧ୍ୟ ହେବେ।

୩୦ଟି ଚାଇନିଜ କମ୍ପାନୀ ମଲ୍ଟି ବିଲିୟନ ଡଲାରର ଚାଇନା-ପାକିସ୍ଥାନ ଇକୋନୋମିକ କରିଡର ଅଧୀନରେ ପାକିସ୍ତାନରେ କାର୍ଯ୍ୟ କରୁଛନ୍ତି। କମ୍ପାନୀଗୁଡ଼ିକ ପାକିସ୍ଥାନର ଶକ୍ତି, ଯୋଗାଯୋଗ, ରେଳବାଇ ଆଦି କ୍ଷେତ୍ରରେ କାର୍ଯ୍ୟ ଜାରି ରଖିଛନ୍ତି। ପାକିସ୍ତାନର ଯୋଜନା ତଥା ବିକାଶ ମନ୍ତ୍ରୀ ଅହସାନ ଇକବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ପ୍ରସଙ୍ଗରେ ପାକିସ୍ତାନ ପାଖରେ କୌଣସି ଉତ୍ତର ନଥିଲା। ଯଦି ଶୀଘ୍ର ଟଙ୍କା ନ ଦିଆଯାଏ ତେବେ ସେ କିଛି ଦିନ ମଧ୍ୟରେ ବିଦ୍ୟୁତ ଉତ୍ପାଦନ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଦେଶରେ ଅତ୍ୟଧିକ ତାତି ବଢୁଥିବା ଯୋଗୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ପାଦନକୁ ସର୍ବାଧିକ କରିବାକୁ ପାକ ଅଧିକାରୀମାନେ ଚାଇନାର କମ୍ପାନୀଗୁଡିକ ଉପରେ ଚାପ ପକାଉଥିଲେ। ଏଥିପାଇଁ ଚାଇନା କମ୍ପାନୀଗୁଡିକ କହିଛନ୍ତି ଯେ ବକେୟାକୁ ଦୃଷ୍ଟିରେ ରଖି ଏହା ଆମ ପକ୍ଷେ ଅସମ୍ଭବ।

ଚାଇନିଜ କମ୍ପାନୀଗୁଡିକ ଅଭିଯୋଗ କରିଛନ୍ତି ଯେ ଇନ୍ଧନ ମୂଲ୍ୟ, ବିଶେଷକରି କୋଇଲା ମୂଲ୍ୟ ତିନିରୁ ଚାରି ଗୁଣ ବୃଦ୍ଧି ପାଇଛି, ଅର୍ଥାତ୍ ଇନ୍ଧନର ବ୍ୟବସ୍ଥା ପାଇଁ ସେମାନଙ୍କୁ ଅତି କମରେ ତିନିରୁ ଚାରି ଗୁଣ ଅଧିକ ଅର୍ଥ ପ୍ରଦାନ କରାଯିବା ଉଚିତ। କୋଇଲା ଉତ୍ପାଦନକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ କୋଇଲା କମ ଷ୍ଟକ ହେତୁ ପ୍ଲାଣ୍ଟଗୁଡ଼ିକ ଅଧା କ୍ଷମତାରେ କାର୍ଯ୍ୟ କରୁଛି, କିନ୍ତୁ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ପାଇଁ କର୍ତ୍ତୃପକ୍ଷଙ୍କ ଚାପ ଯୋଗୁଁ କିଛି ଦିନ ମଧ୍ୟରେ ଇନ୍ଧନ ଷ୍ଟକ ଶେଷ ହୋଇପାରେ। ସେମାନଙ୍କ ମଧ୍ୟରୁ କେତେକ କହିଛନ୍ତି ଯେ ପୂର୍ବରୁ ଯୋଗାଇ ଦିଆଯାଇଥିବା ବିଦ୍ୟୁତ୍ ବକେୟା ଏପର୍ଯ୍ୟନ୍ତ ଆମକୁ ମିଳିନାହିଁ। ଅପରପକ୍ଷରେ କରୋନା ମହାମାରୀ ଯୋଗୁ ସେମାନେ ଆର୍ଥିକ ଦୃଷ୍ଟିରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ବ୍ୟତୀତ ଟିକସ କର୍ତ୍ତୃପକ୍ଷ ସେମାନଙ୍କୁ ଅଧିକ ହାରରେ ଟିକସ ନେବା ଆରମ୍ଭ କରିଛନ୍ତି। ମନ୍ତ୍ରୀ ଇକବାଲ ଆଶ୍ୱାସନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଏହି ଘଟଣା ପ୍ରତି ଧ୍ୟାନ ଦେଇସାରିଛନ୍ତି ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ଏହି ସମସ୍ୟାର ସମାଧାନ କରିବାକୁ ଏବଂ ତୁରନ୍ତ ଦେୟ ପ୍ରଦାନ କରିବାକୁ କହିଛନ୍ତି। ଚଳିତ ମାସ ମଧ୍ୟରେ ସେମାନଙ୍କର ଆର୍ଥିକ ଅସୁବିଧା ଦୂର ହେବ ବୋଲି ସେ ପ୍ରତିଶୃତି ଦେଇଛନ୍ତି।