ବେରବୋଇ ଗାନ୍ଧୀ ପୀଠରେ ସହଯାତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

(ଜୟନ୍ତ କୁମାର ସେଠୀ)ଗୋପ: ଝାରସୁଗୁଡାରୁ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋକୁ ବାହାରିଥିବା ଶାନ୍ତି, ସଂହତି ଓ ସଦ୍ଭାବନା ସହଯାତ୍ରୀଙ୍କୁ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ବେରବୋଇ ଗାନ୍ଧୀ ପୀଠରେ ସହଯାତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ବେରବୋଇ ଗାନ୍ଧୀ ସ୍ମାରକୀ ସମିତି ଓ କସ୍ତୁରବା ଗ୍ରାମ ସେବା କେନ୍ଦ୍ର ପକ୍ଷରୁ ପ୍ରଭାତ ଫେରି, ପ୍ରତୀକ ଗ୍ରାମ ସଫେଇ କରାଯିବା ସହ ପ୍ରତିମୂର୍ତ୍ତିରେ ପୁଷ୍ପ, ଧୂପ ପ୍ରଦାନ କରାଯାଇଥିଲା । ଗାନ୍ଧୀ ସ୍ମାରକି ସମିତିର ସଭାପତି ବିଚିତ୍ରାନନ୍ଦ ମହାନ୍ତି, ସମ୍ପାଦକ, ଚନ୍ଦ୍ର ଶେଖର ବିଶ୍ୱାଳ, ପ୍ରଫୁଲ ନାୟକ, ସମ୍ବକାର ଗୌରାଙ୍ଗ ପରିଡା, କବିତା ରାଣି ପରିଡା, ଡ. ପ୍ରସନ୍ନ ପାଟ୍ଟଶାଣୀ, ଶିଶୁ ସୁରକ୍ଷା ଆୟୋଗ ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଶଙ୍କର ପରିଡା, କବି ଶଶାଙ୍କ ଚୁଡାମଣି, ଡଃ କ୍ଷେତ୍ରବାସୀ ପ୍ରଧାନ, ଅଧ୍ୟାପକ ତ୍ରିନାଥ ପରିଡା , ଶିକ୍ଷାବିତ୍ତ ବଟକୃଷ୍ଣ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ ।