ଦୁଇ ଟ୍ରକ ମୁହାଁମୁହିଁ ଧକ୍କା

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): କେନ୍ଦୁଝର ସଦର ଥାନା ଚାନ୍ଦପୋଷି ନିକଟରେ ଗତକାଲ ବିଳମ୍ବିତ ରାତି ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଉଭୟ ଟ୍ରକର ଡ୍ରାଇଭର ବୋଲି ଜଣାପଡ଼ିଛି। ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ଦୁର୍ଘଟଣାଗ୍ରସ୍ତ ଦୁଇଟି ଟ୍ରକ୍ ମଧ୍ୟରୁ ଗୋଟିକରେ ଆଇରନ ଓ ଅନ୍ୟଟିରେ କୋଇଲା ବୋଝେଇ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ।
ଅନ୍ୟପକ୍ଷରେ ପୁଲିସ୍ ପହଞ୍ଚିବାରେ ବିଳମ୍ବ ହେବା ଯୋଗୁ ଉଦ୍ଧାର କାର୍ୟ୍ୟରେ ବିଳମ୍ବ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।