ଦୁଇ ଆଦିବାସୀ ଗୋଷ୍ଠୀ ମୁହାଁମୁହିଁ

(ମମତା ସାମଲ)ରିପୋର୍ଟସଟୁଡେ: ସ୍ଵାଭିମାନ ଅଞ୍ଚଳରେ ଦୁଇ ଆଦିବାସୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଯୋଡ଼ମ୍ବା ଦରଲାବେଡ଼ା ଗାଁର ୨ ପାର୍ଶ୍ଵରେ ମାଓ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମେଳି ହୋଇଛି। ପାରମ୍ପରିକ ଅସ୍ତ୍ର ସହ ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୃଥକ ବୈଠକ ହୋଇଛି। ତେବେ ଦୁଇ ଗୋଷ୍ଠୀ ପରଷ୍ପର ବିରୋଧରେ ଗର୍ଜିବା ସହ ସୁଧୁରି ଯିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି। ଦୁଇ ଆଦିବାସୀ ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଠି ହୋଇଛି। ବର୍ତ୍ତମାନର ସ୍ଥିତି ଉପରେ ପୋଲିସ ନଜର ରଖିଛି।
ଗତ ୨୫ ତାରିଖ ପରେ ସ୍ଵାଭିମାନ ଅଞ୍ଚଳ ଅଶାନ୍ତ ହୋଇ ଉଠିଥିଲା। ୨୫ରେ ଜନ୍ତୁରାଇରେ ଜଣେ ମାଓବାଦୀଙ୍କୁ ଅଶାନ୍ତ ଗ୍ରାମବାସୀମାନେ ପିଟିପିଟି ମାରିଦେଇତିଲେ । ଏହାପରେ ମାଓବାଦୀମାନେ ଗ୍ରାମବାସୀଙ୍କ ଘରେ ନିଆଁ ଲଗାଇଦେଲେ। ଏହି ଘଟଣାକୁ ନେଇ ଯୋଡ଼ମ୍ବା ଦରଲାବେଡ଼ା ଗାଁର ୨ ପାର୍ଶ୍ଵରେ ମାଓ ସପକ୍ଷ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି।