ଭୁବନେଶ୍ଵର: ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟ ହେଉ କିମ୍ବା ଟ୍ରେନ୍-ବସରେ ମିଳୁଥିବା ଖାଦ୍ୟ, ପାଖରେ ପ୍ଲେଟ୍ ନଥିଲେ ଦୋକାନୀ ଖବରକାଗଜରେ ଖାଇବା ଗୁଡ଼ାଇ ଦେଇଦିଅନ୍ତି । ଆଉ ଲୋକ ଏହି ଖାଦ୍ୟକୁ ବଡ଼ ଆନନ୍ଦର ସହ ଖାଆନ୍ତି । ଚଣାମସଲା, ଚିନାବାଦାମ, ତେଲଭାଜି ଏବଂ ଅନ୍ୟାନ୍ୟ ଖାଦ୍ୟ ଏଥିରେ ସାମିଲ୍ । କିନ୍ତୁ ଏହି ଅବହେଳା ଆପଣଙ୍କୁ କେତେ ବଡ଼ ବିପଦ ଆଡକୁ ଭିଡ଼ିନେବ ଜାଣିଛନ୍ତି କି ? ଯଦି ଖବର କାଗଜରେ ଖାଦ୍ୟ ଖାଉଛନ୍ତି ତେବେ ସାବଧାନ ।

ଖବରକାଗଜରେ ଏଭଳି ଅନେକ ହାନିକାରକ ରସାୟନ ଏବଂ ସ୍ୟାହି ରହିଥାଏ ଯାହା ଆପଣଙ୍କ ଶରୀରକୁ ବିପଦ ଆଡ଼କୁ ଠେଲିଦିଏ । ଗରମ ଖାଦ୍ୟ ଖବରକାଗଜରେ ରଖି ଖାଇବାରୁ ଯଥେଷ୍ଟ ଦୂରେଇ ରୁହନ୍ତୁ । ନଚେତ୍ କ୍ୟାନ୍ସର ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ।ଯେତେବେଳେ ଖାଦ୍ୟ ପେପରରେ ଆମେ ଆଣିଥାଉ ପେପର୍ ରେ ଥିବା କେମିକାଲ ଖାଦ୍ୟରେ ଲାଗିଥାଏ। ଯାହା ଆମ ପେଟ ଭିତରେ ଏକ ଅମ୍ଳ ସୃଷ୍ଟି କରିଥାଏ । ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଇଥାଏ । ଆଖି ସମସ୍ୟା ହେବା ଶରୀରର ବିଭିନ୍ନ ହର୍ମୋନ୍ ଥାଇରଏଡ୍ , ଇନ୍ସୁଲିନ୍ , ଏଷ୍ଟ୍ରୋଜନ୍ ଆଦି ବିଗିଡ଼ିବାର ସମ୍ଭାବନା ଥାଏ । ଖବରକାଗଜ କାଗଜ କାଳି ପାକସ୍ଥଳୀକୁ ନଷ୍ଟ କରିଥାଏ । ଖବରକାଗଜରେ ବ୍ଯବହାର କରାଯାଉଥିବା କାଳୀ ଆମ ପେଟକୁ ନଷ୍ଟ କରିବା ସହ ପାଚନ ପ୍ରକ୍ରିୟାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ।