ରାଇଘର ଠାରେ ବିଶ୍ୱ ମୂଳ ନିବାସୀ ଆଦିବାସୀ ଦିବସ ପାଳିତ

ରାଇଘର ଠାରେ ବିଶ୍ୱ ମୂଳନିବାସୀ ଆଦିବାସୀ ଦିବସ ପାଳିତ। ଜନଜାତି ବିକାଶ ପରିଷଦ ରାଇଘର ତରଫରୁ ଆଜି ଅଗଷ୍ଟ ୯ ତାରିଖ ଦିନ ମୂଳନିବାସୀ ଆଦିବାସୀ ଦିବସ ସାରା ଦେଶରେ  ପାଳନ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଜନଜାତି ବିକାଶ ପରିଷଦ ତରଫରୁ ସ୍ଥାନୀୟ ମାଉଳି ମାଁ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି  ଆଦିବାସୀ ଜନଜାତି ସମ୍ପ୍ରଦାୟର ହଜାର ହଜାର ଲୋକ ମାନେ ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ବଜାଇ ରଖି ଆଦିବାସୀ ବେଶ ଭୁଷା ଆଦିବାସୀ ବାଦ୍ୟ ନୃତ୍ୟ ସଂଗୀତ ର ତାଳେ ତାଳେ ସହର ପରିକ୍ରମା କରିବା ସହ ସ୍ଥାନୀୟ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠୀଙ୍କ ଜରିଆରେ ଅଗଷ୍ଟ ୯ ତାରିଖକୁ ଜାତୀୟ ଛୁଟି, ୧୯୯୬ ପେଶା ଆଇନକୁ କଡାକଡି ଭାବେ ପାଳନ କରିବା, ମୂଳନିବାସୀ ଆଦିବାସୀ ମାନଙ୍କୁ ତୃତୀୟ, ଚତୁର୍ଥ ଶ୍ରେଣୀ ପଦପଦବୀରେ ନିଯୁକ୍ତି, ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦେଇ ସରକାରୀ ଚାକିରୀ କରିଥିବା ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ, ଆଦିବାସୀ ମାନଙ୍କୁ ଧର୍ମାନ୍ତରୀକରଣ ବନ୍ଦ, ଆଦି ମୁଖ୍ୟ ଦାବି ଲିଖିତ ଭାବେ  ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ,ପ୍ରକାଶ ଥାଉକି ଆଜି ମୂଳନିବାସୀ ଆଦିବାସୀ ଦିବସ ଅବସରରେ ରାଇଘର ପତ୍ରକୋଟି ସାହି ନିକଟରେ ଥିବା ରାଜସ୍ବ ନିରକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଜାଗାକୁ ଜନଜାତି ବିକାଶ ପରିଷଦ ଭବନ ନିର୍ମାଣ ପାଇଁ  ସଂରକ୍ଷିତ କରାଗଲା। ପରେ ନୂତନ ବଷ୍ଟାଣ୍ଡ ଠାରେ ସମସ୍ତ  ମୂଳନିବାସୀ ଆଦିବାସୀ ଏକତ୍ରିତ ହୋଇ ଆଦିବାସୀ ମାନଙ୍କ ହକ୍ ଅଧୀକାର ପାଇଁ ଆଲୋଚୋନ କରିବା ସହ ନାଚ ଗୀତ ଗାଇ  ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ମୂଳନିବାସୀ ଧୁମ୍ ଧାମ ରେ ମୂଳନିବାସୀ ଆଦିବାସୀ ଦିବସ ପାଳନ କରିଥିଲେ।