କାର୍ଯ୍ୟକାଳ ଏବଂ ପାରିଶ୍ରମିକ ସମ୍ପର୍କରେ ପୁନର୍ବିଚାର ନେଇ ବିକ୍ଷୋଭ ପ୍ରଦର୍ଶନ କଲା ଅଙ୍ଗନୱାଡି ସଂଘ

ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ତରଫରୁ ରାଜ୍ୟରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କ ଦୀର୍ଘ ଦିନ ଧରି ପଡିରହିଥିବା କାର୍ଯ୍ୟକାଳ ଏବଂ ପାରିଶ୍ରମିକଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ କାଳୀ ପଡ଼ିଆ ରୁ ଦୁଇ ହଜାରରୁ ଉର୍ଦ୍ଧ୍ବ ଅଙ୍ଗନୱାଡି କର୍ମୀ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥଲେ।

 ସମନ୍ବିତ ଶିଶୁ ବିକାଶ ସେବା  ପ୍ରକଳ୍ପ ଦ୍ବାରା କାର୍ଯ୍ୟ କରାଯାଉଥିବା ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କୁ କର୍ମଚାରୀ ଭାବରେ ମାନ୍ୟତା ପ୍ରଦାନ କରାଯାଉ | ସେହିପରି କର୍ମଚାରୀଙ୍କୁ ମାନ୍ୟତା ପ୍ରଦାନ କରାଯାଇନଥିବାରୁ, ସେମାନଙ୍କୁ ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୩୦,୦୦୦/- ଟଙ୍କା ଏବଂ ସହାୟିକାଙ୍କୁ ମାସିକ ୧୫,୦୦୦/- ଟଙ୍କା ପାରିଶ୍ରମିକ ପ୍ରଦାନ , ଗତ ୨୦୨୪ ମସିହା ନିର୍ବାଚନ ଇସ୍ତାହାର ଅନୁଯାୟୀ, ଘୋଷଣା କରାଯାଇଥିବା ପାରିଶ୍ରମିକ ବୃଦ୍ଧି ତୁରନ୍ତ ପ୍ରଦାନ କରାଯାଉ ବୋଲି ଦାବି କରିଥଲେ।

ଗତ ତା. ୩୧/୦୮/୨୦୨୧ ରେ ବିଜ୍ଞପ୍ତି ଜରିଆରେ ଜାରି କରାଯାଇଥିବା ପତ୍ର ସଂଖ୍ୟା ୨୧୩୫୧ ଅନୁଯାୟୀ ୫୫ ବର୍ଷରୁ ଉର୍ଦ୍ଧ ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ପ୍ରତିବର୍ଷ କାର୍ଯ୍ୟ ଦକ୍ଷତା ସମୀକ୍ଷା କରିବାର ବ୍ୟବସ୍ଥାକୁ ପୁନର୍ବିଚାର କରାଯାଉ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୦ ବର୍ଷ ସେବା ପରେ ଅଙ୍ଗନୱାଡି କର୍ମୀମାନଙ୍କୁ ଦୁଇ (୦୨) ବର୍ଷୀୟ ସମ୍ପ୍ରସାରିତ ନିଯୁକ୍ତି କରାଯାଉନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସହ ନେଟୱାର୍କ ସମସ୍ୟା କାରଣରୁ ପୋଷଣ ଟ୍ରାକର ରେ ତଥ୍ୟ ଏଣ୍ଟ୍ରି ହୋଇ ନ ପାରିବା କାରଣରୁ ଅନେକ ଅଙ୍ଗନୱାଡି କର୍ମୀ ମାନଙ୍କର ପାରିଶ୍ରମିକ କାଟି ଦିଆଯାଇଛି, ଯାହାର ପୁନର୍ବିଚାର କରାଯାଇ କଟା ଯାଇଥିବା ପାରିଶ୍ରମିକ ପ୍ରଦାନ କରାଯାଉ ବୋଲି ଦାବି କରିଥଲେ।

ସେହିପରି ଅଙ୍ଗନୱାଡି କର୍ମୀମାନଙ୍କ ପାଇଁ ସୁପରଭାଇଜର ପଦୋନ୍ନତି ପ୍ରକ୍ରିୟା ପ୍ରତିବର୍ଷ ନିୟମିତ ଭାବେ କରାଯିବା ସହିତ ପଦୋçତିରେ ବାଧକ ସାଜୁଥୁବା ବୟସ ସୀମା କୁ ଉଚ୍ଛେଦ,  ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କ ଚିନି (୦୩) ବର୍ଷ ଧରି ବକେୟା ଥିବା ୟୁନିଫର୍ମ ରାଶି ତୁରନ୍ତ ପ୍ରଦାନ କରାଯିବା ସହ ମୋବାଇଲ ରିଚାର୍ଜ ଓ ନେଟ ପ୍ୟାକ ପାଇଁ ରାଶି ନିୟମିତ ଭାବେ ପ୍ରଦାନ କରାଯିବା ସହ

Poshan incentive ବାବଦ ରାଶି ଗତ ପାଞ୍ଚ (୦୫) ମାସ ଧରି ପ୍ରଦାନ କରାଯାଇନାହିଁ । ତେଣୁ ବକେୟା Poshan incentive ରାଶି ତୁରନ୍ତ ପ୍ରଦାନ କରାଯାଉ ବୋଲି ଦାବି କରିଥଲେ। ଏହା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ S.N.P. ଓ M.S.P.Y. ବାବଦ ଅର୍ଥରାଶି ଏବଂ ଚାଉଳ ସଠିକ ସମୟରେ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯାଉନାହିଁ । ତେଣୁ ଏହାର ସୁବ୍ୟବସ୍ଥିତ ଓ ସମୟୋଚିତ ଯୋଗାଣ ସୁନିଶ୍ଚିତ କରାଯାଉ। ଏଥ୍ସହିତ, Joint Account ମାଧ୍ଯମରେ ଆସୁଥୁବା ଅର୍ଥରାଶିର ସମ୍ପୂର୍ଣ ବିବରଣୀ ଅଙ୍ଗନୱାଡି କର୍ମୀମାନଙ୍କୁ ପ୍ରଦାନ କରାଯାଉ ବୋଲି ଦୃଢ଼ ଦାବୀ କରିଥଲେ। ରାଜ୍ୟ ସରକାର ଦାବୀ ଗୁଡ଼ିକ ନମାନିଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି।