ରାଜଧାନୀ ଉପକଣ୍ଠରେ ଆମ ବସ୍ର ସିରିଜ୍ ଦୁର୍ଘଟଣା। ଲିଙ୍ଗିପୁର ଛକରେ ୭୦ ନମ୍ବର ଆମ ବସ୍ର ଦୁର୍ଘଟଣା। ସ୍କୁଟି, ଅଟୋ ଓ କାର୍କୁ ଧକ୍କା ଦେଲା ବସ୍। ଦୁର୍ଘଟଣାରେ ଅଟୋରେ ବସିଥିବା ଜଣେ ନାବାଳକ ଆହତ। ଭୁବନେଶ୍ୱରରୁ ଧଉଳି ଯାଉଥିବା ବେଳେ ଘଟିଲା ଦୁର୍ଘଟଣା।

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଅଟକାଇଲେ ବସ୍କୁ। ରାସ୍ତା ଜାମ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ଧଉଳି ଥାନା ପୋଲିସ।ଆହତ ନାବାଳକକୁ ମେଡିକାଲ ପଠାଇଲା ପୋଲିସ।ଦୁର୍ଘଟଣାଗ୍ରସ୍ତ ଆମ ବସ୍କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ।