ବଜ୍ରପାତ ଘଟି ମହିଳା ମୃତ

ଗଞ୍ଜାମ(ହରପ୍ରସାଦ ବିଶୋୟୀ): ବଜ୍ର ବିପତ୍ତିରେ ଚାଲିଗଲା ମହିଳାଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଗୁଞ୍ଜବଳା ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଜମିରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଛନ୍ତି ଜଣେ ମହିଳା । ଏହି ଗ୍ରାମର ତୋଫାନ ପ୍ରଧାନଙ୍କ ସ୍ତ୍ରୀ  ଚନ୍ଦ୍ରମା ପ୍ରଧାନ (୩୮) ଅପରାହ୍ନରେ ନିଜ ଜମିରେ କାମ କରୁଥିବା ସମୟରେ ହଠାତ ବର୍ଷା ପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ଚନ୍ଦ୍ରମା ପ୍ରାଣ ହରାଇଛନ୍ତି । ବର୍ଷା ବିଜୁଳି ସହ ଭୟାନକ ବଜ୍ରପାତ ଘଟି ଚନ୍ଦ୍ରମାଙ୍କର ମୃତ୍ୟୁ ହୋଇଛି ।