ଡେଲ୍ଟା ଭାରିଆଣ୍ଟ କାରଣରୁ ଆସିବ କରୋନାର ତୃତୀୟ ଲହରୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଗତ ସପ୍ତାହ ମଧ୍ୟରେ ବିଶ୍ୱରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ଘଟିଛି। ୧୨ ରୁ ୧୮ ଜୁଲାଇ ୨୦୨୧ ମଧ୍ୟରେ ଥିବା ତଥ୍ୟକୁ ଆଧାର କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୃଦ୍ଧି ପାଉଥିବା ମାମଲାକୁ ନେଇ ଉଦ୍ବେଗ ପ୍ରକାଶ କରିଛି। ଡବ୍ଲୁଏଚଓ ସ୍ବୀକାର କରିଛି ଯେ କରୋନାର ତୃତୀୟ ଲହରୀ ବିଶ୍ବର ଅନେକ ଦେଶରେ ପହଞ୍ଚିଛି।

(ଦିଲ୍ଲୀ) : ଗତ ସପ୍ତାହ ମଧ୍ୟରେ ବିଶ୍ୱରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ଘଟିଛି। ୧୨ ରୁ ୧୮ ଜୁଲାଇ ୨୦୨୧ ମଧ୍ୟରେ ଥିବା ତଥ୍ୟକୁ ଆଧାର କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୃଦ୍ଧି ପାଉଥିବା ମାମଲାକୁ ନେଇ ଉଦ୍ବେଗ ପ୍ରକାଶ କରିଛି। ଡବ୍ଲୁଏଚଓ ସ୍ବୀକାର କରିଛି ଯେ କରୋନାର ତୃତୀୟ ଲହରୀ ବିଶ୍ବର ଅନେକ ଦେଶରେ ପହଞ୍ଚିଛି। ଆସନ୍ତୁ ଜାଣିବା କରୋନାର କେଉଁ ଭାରିଆଣ୍ଟ ସବୁଠାରୁ ବିପଜ୍ଜନକ, ଯେଉଁ କାରଣରୁ ତୃତୀୟ ଲହରୀ ଆସିପାରେ।

ସୂଚନାନୁଯାୟୀ ,ଡବ୍ଲୁଏଚଓର କହିବା ଅନୁସାରେ, ଭାରିଆଣ୍ଟ ଅଫ୍ କନସର୍ନ ଦ୍ରୁତ ଗତିରେ ବ୍ୟାପିବା, କରୋନା ପ୍ରୋଟୋକଲ୍‌ ଭାଙ୍ଗିବା ଓ ବିଶ୍ବରେ ଟିକାକରଣର ବେଗ ଧିମା ପଡିବା କରୋନା ବୃଦ୍ଧି ମାମଲାର କାରଣ ହୋଇପାରେ। ସବୁଠାରୁ ଅଧିକ ମାମଲା ରିପୋର୍ଟ କରିଥିବା ଦେଶ ଭିତରେ ଭାରତ ରହିଛି। ତେବେ ଭାରତରେ ଗତ ସପ୍ତାହ ତୁଳନାରେ କରୋନାର ନୂଆ ରୋଗୀଙ୍କ ସଂଖ୍ୟା କମ୍ ହୋଇଛି। ଗତ ସପ୍ତାହରେ ଡେଲ୍ଟା ଭାରିଆଣ୍ଟ ୭୫ ପ୍ରତିଶତ ବଢିଛି। ଅଷ୍ଟେ୍ରଲିଆ, ବାଂଲାଦେଶ, ଚୀନ୍, ଭାରତ, ଇଣ୍ଡୋନେସିଆ, ଇସ୍ରାଏଲ, ସାଉଥ୍ ଆଫ୍ରିକା ଓ ୟୁକେ ଭଳି ଦେଶରେ ଏହା ଦ୍ରୁତ ଗତିରେ ବ୍ୟାପି ସାରିଛି। ଡେଲ୍ଟା ଭାରିଆଣ୍ଟ କାରଣରୁ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ।