ପୁରୀ ଶ୍ରୀ ମନ୍ଦିର ସମ୍ମୁଖରେ ଲଙ୍କା କାଣ୍ଡ, ଜାରି ହେଲା ୧୪୪ ଧାରା

(ଶୁଭସ୍ମିତା ଦାଶ): ଶ୍ରୀ ମନ୍ଦିର ଧାଡ଼ି ଦର୍ଶନ ପ୍ରତିବାଦରେ ଆଜି ଜଗନ୍ନାଥ ସେନା ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା । ଏହାର ପ୍ରଭାବରେ ସାରା ସହରରେ ବ୍ୟାପବ ଉତ୍ତେଜନା ଦେଖା ଦେଇଛି । ସହରର ଚାରିଆଡ଼େ ନିଆଁ ଦେଖିବାକୁ ମିଳିଥିଲା । ସତେ ଯେମିତି ଶ୍ରୀ କ୍ଷେତ୍ର ସମ୍ମୁଖ ରଣକ୍ଷେତ୍ର ପାଲଟି ଯାଇଥିଲା । ମନ୍ଦିର ସମ୍ମୁଖରେ ବ୍ୟାପକ ଗଣ୍ଡଗୋଳ ଦେଖାଯାଇଥିଲା । ଭକ୍ତ, ସେବାୟତ ଓ ସେନା ପକ୍ଷରୁ ସିଂହଦ୍ୱାରା ସମ୍ମୁଖରେ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଟ କୁ ଭାଙ୍ଗିି ମନ୍ଦିର ଭିତରକୁ ଧସେଇ ପସିବା ସହ ବ୍ୟାପକ ଭଙ୍ଗାରୁଜା କରାଯାଇଛି । ପରିସ୍ଥିତ ଅଣାୟତ ହେବା ଫଳରେ ପ୍ରଶାସନ ପକ୍ଷରୁ ଶ୍ରୀ ମନ୍ଦିର ଚାରିପଟେ ୧୪୪ ଧାରା ଜାରି କରିଛି । ଲୋକେ ଏହି ୧୪୪ ଧାରାକୁ ମାନି ନଥିଲେ । ପରିସ୍ଥିତି ଏପରି ଉପୁଜିଥିଲା ଯେ ବଡ଼ଦାଣ୍ଡରେ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା । ଏପରିକି ଟିୟର ଗ୍ୟାସ ମଧ୍ୟ ବିକ୍ଷୋଭ କାରୀଙ୍କ ଉପରକୁ ପୁଲିସ ପ୍ରୟୋଗ କରିଥିଲା । ପରିସ୍ଥିିତିକୁ ଦେଖି ୨ପ୍ଲାଟୁନ୍ ପୋଲିସ ଘଟଣା ସ୍ଥଳରେ ମୁତୟନ କରାଯାଇଛି । ସାଧାରଣ ଜନତା , ସେବାୟତ ଓ ଭକ୍ତ ମାନେ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ କାଗଜ ପତ୍ରକୁ ନଷ୍ଟ କରିଦେଇଛନ୍ତି । ସିଂହ ଦ୍ୱାର ଥାନା ଉପରକୁ ଢେଲା ମାଡ଼ ମଧ୍ୟ କରାଯାଇଥିଲ । ବଡ଼ଦାଣ୍ଡରେ ଥିବା ଟ୍ରାଫିକ୍ ପୋଷ୍ଟରେ ନିଆଁ ଲଗାଇ ଦେଇଛନ୍ତିି । ସୂଚନା ଅନୁସାରେ ଧାଡ଼ି ଦର୍ଶନରେ ଶୃଙ୍ଖଳିତ ଦର୍ଶନରେ ଭକ୍ତଙ୍କୁ ଅଧିକ ସମୟ ଠିଆ ହେବାକୁ ପଡ଼ୁଥିବା ବେଳେ ଶ୍ରୀ ଜୀଉଙ୍କୁ ମନଭରି ଦର୍ଶନ କରିପାରୁ ନାହିଁନ୍ତି ବୋଲି ଅଭିଯୋଗ ହୋଇଛି । ପ୍ରସାଶନର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଭକ୍ତ, ସେବାୟତ ଓ ସାଧାରଣ ଜନତା । ଏହି ବିରୋଧର ନିଆଁ ଆଜି ପ୍ରତିବାଦର ରୂପ ନେଇଛି ।