ବାରିପଦା- ଭିଜିଲାନ୍ସ ଜାଲରେ ବ୍ଲକ ସହକାରୀ ଯନ୍ତ୍ରୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ଲକ ସହକାରୀ ଯନ୍ତ୍ରୀ ଧୀରୟ ମାଝୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ତାଙ୍କ ନିଜ ପୈତୃକ ଗ୍ରାମ ଶୁଳିଆପଦା ବ୍ଲକ କୋଷ୍ଠାଠାରେ ଥିବା ତାଙ୍କ ବାସଭବନ, ବାରିପଦା କାଳିକାପୁର ସ୍ଥିତ ବାସଭବନ ଏବଂ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଥିଲା । ଚଢାଉବେଳେ ବହୁ ମୂଲ୍ୟବାନ କାଗଜପତ୍ର ଜବତ କରିଛି । ଧୀରୟଙ୍କ ବାରିପଦାରେ ଏକ ତିନି ମହଲା ଘର , କୋଷ୍ଠାରେ ଏକ ମାର୍କେଟ କମ୍ପେ୍ଳକ୍ସ ଏବଂ ତାଙ୍କର ଅନେକ ଜମି ପଟ୍ଟା ଥିବା ବେଳେ ତାଙ୍କ ପରିବାରର ନାମରେ ଅନେକ ବ୍ୟାଙ୍କ ଆକାଉଣ୍ଟ ଅଛି । ତାଙ୍କ ଘରେ ଆଜି ଚଢାଉ ବେଳେ ଏକ ଲକ୍ଷରର ଉଦ୍ଧ୍ୱର୍ ନଗତ ଟଙ୍କା ଏବଂ ସୁନା ଗହଣା ମିଳିଥିବା ଜଣାପଡିଛି ।ବାଲେଶ୍ୱର ଓ ମୟୁରଭଞ୍ଜ ଭିଜିଲାନ୍ସ ବିଭାଗର ଏକାଧିକ ଟିମ ଏହି ଚଢାଉରେ ସାମିଲ ହୋଇଛନ୍ତି । ସନ୍ଧ୍ୟା ସୁଦ୍ଧା ତାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ଆକଳନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।