(ସୌମ୍ୟ ରଂଜନ ସେଠୀ): ଆମ ହିନ୍ଦୁ ପରମ୍ପରାରେ ବାସ୍ତୁଶାସ୍ତ୍ରର ମାନ୍ୟତା ଖୁବ୍ ଅଧିକ। ଏକବିଂଶ ଶତାବ୍ଦୀରେ ପାଦ ଦେଇ ମଧ୍ୟ ବିଭିନ୍ନ ବର୍ଗର ଲୋକେ ଏହି ବାସ୍ତୁଶାସ୍ତ୍ର ଅନୁସାରେ ନିଜ ଗୃହ ନିର୍ମାଣ କରିବା ସହ ଅନ୍ୟାନ୍ୟ ପଦକ୍ଷେପ ନେଉଛନ୍ତି।
ତାହାଲେ ଆସନ୍ତୁ ଜାଣିବା ଚାନ୍ଦୀ ହାତୀ ରଖିଲେ କ’ଣ ଉପକାର ହୁଏ
ଘରେ ରୀତିମତ କଳିଝଗଡ଼ା ହେଉଥିଲେ କିମ୍ବା ଅକାରଣରେ ଅଶାନ୍ତି ହେଉଥିଲେ, ଚାନ୍ଦିର ହାତୀ ରଖିବା ଖୁବ୍ ଲାଭକରୀ ହୋଇଥାଏ। ଘର ପରିବେଶରୁ ନକାରାତ୍ମକ ଶକ୍ତି ଦୂର କରିବାରେ ଏହି ଚାନ୍ଦିର ହାତୀ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଏ।
ଘରରେ କିମ୍ବା ନିଜ କାର୍ଯ୍ୟାଳୟରେ ଏହା ରଖିଲେ, ମା’ ଲକ୍ଷ୍ମୀଙ୍କର କୃପା ଅନୁଭୂତ ହୋଇଥାଏ ବୋଲି ବାସ୍ତୁବିତଙ୍କ ମତ।
ଉତ୍ତର ଦିଗରେ ଏହି ହାତୀ ରଖିବା ଖୁବ୍ ଲାଭପ୍ରଦ ହେଉଥିବାର ପ୍ରକାଶ।
ଟଙ୍କା-ପଇସାର ଅଭାବ ଉପୁଜୁଥିଲେ ଚାନ୍ଦିର ହାତୀକୁ ଲାଲ କପଡ଼ାରେ ବାନ୍ଧି ଆଲମାରିରେ ରଖିବା ଉଚିତ। କିଛିଦିନ ମଧ୍ୟରେ ଏହାର ଉତ୍ତମ ଫଳ ନିଜେ ଜାଣିପାରିବେ।
ସ୍ବାମୀ-ସ୍ତ୍ରୀଙ୍କର କଳିଝଗଡ଼ା ହେଉଥିଲେ ଶୟନକକ୍ଷର ଉତ୍ତର ଦିଗରେ ଚାନ୍ଦିର ହାତୀ ରଖିବା ଉଚିତ।