ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଲାଲକୃଷ୍ଣ ଆଡଭାନୀ

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ପରେ ସୋମବାର ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଛାତି ସଂକ୍ରମଣ ଯୋଗୁଁ ତାଙ୍କୁ ଅକ୍ଟୋବର ୧୬ ତାରିଖରେ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେଭର୍ତ୍ତି କରାଯାଇଥିଲା ଏବଂ ନ୍ୟୁରୋଲୋଜିର ବରିଷ୍ଠ ପରାମର୍ଶଦାତା ଡାକ୍ତର ବିନିତ ସୁରୀଙ୍କ ତତ୍ତ୍ୱାବଧାନରେ ଥିଲେ।

L.K. Advani Admitted to ICU With Chest Infection, Condition Stable : South  Matters - The South India's First Voice

ହସ୍ପିଟାଲ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଦେଖାଯାଇଥିଲା। ହସ୍ପିଟାଲ ପୂର୍ବରୁ କହିଥିଲା ​​ଯେ 98 ବର୍ଷୀୟ ନେତାଙ୍କୁ ଇଣ୍ଟେନସିଭ୍ କେୟାର ୟୁନିଟ୍ (ICU)ରେ ରଖାଯାଇଛି, ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ଅଛି, ଏବଂ ସେ କଡ଼ା ଡାକ୍ତରୀ ପର୍ଯ୍ୟବେକ୍ଷଣରେ ଅଛନ୍ତି।