କଂଗ୍ରେସ ଛାଡିଲେ ଉର୍ମିଳା

(ରିପୋଟର୍ସ ଟୁଡେ, ମୁମ୍ବାଇ): ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ମୁମ୍ବାଇ କଂଗ୍ରେସରେ ଲାଗି ରହିଥିବା ଅନ୍ତଃକନ୍ଦଳକୁ ବିରୋଧ କରି ସେ ଇସ୍ତଫା ଦେଇଥିବା କହିଛନ୍ତି । ନିଜ ଇସ୍ତଫାପତ୍ରକୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଥିବା ଘୋଷଣା କରିଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇନାହିଁ ବୋଲି ସେ କହିଛନ୍ତି ।
ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ସଂଜୟ ନିରୁପମଙ୍କ ସହ ତାଙ୍କର ଗତ କିଛିଦିନ ଧରି ରହିଥିବା ମତଭେଦ ରହିଥିବା ଶୁଣିବାକୁ ମିଳିଥିଲା । ଏନେଇ ସେ ଦଳ ହାଇକମାଣ୍ଡଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ଏସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଉର୍ମିଳା ଦଳ ଛାଡିଛନ୍ତି ।
ଉଲ୍ଲେଖଯୋଗ୍ୟ,ଉର୍ମିଳା ଗତ ଲୋକସଭା ନିର୍ବାଚନରେ ମୁମ୍ବାଇ ଉତ୍ତର ଲୋକସଭା ଆସନରୁ ଲଢି ପରାଜିତ ହୋଇଥିଲେ ।