କଳାହାଣ୍ଡି/ଗୋଲାପ ସାହୁ: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ପରିସରରେ ଆଜି ନୂତନ ଭାବେ ନିର୍ମାଣ ହୋଇଥିବା ଅଫିସ ଓ ସମନ୍ୱିତ ଶିଶୁ ବିକାଶ କାର୍ୟ୍ୟାଳୟ ଉଦଘାଟିତ ହୋଇଯାଇଛି। ଶିଶୁ ବିକାଶ କାର୍ୟ୍ୟାଳୟ ୨୬ ଲକ୍ଷ ଓ ବ୍ଳକ ଅଫିସ କାର୍ୟ୍ୟାଳୟ ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୂତନ ଭାବେ ନିର୍ମାଣ କରାଯାଇଛି। ଏଥିରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ବ୍ଳକ ଉପାଦକ୍ଷ କୃଷ୍ଣଚନ୍ଦ୍ର ରାଉତ, ଜୟପାଟଣା ସରପଞ୍ଚ ଦିଲୀପ ରାଉତ, ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଣବ କୁମାର ଚାନ୍ଦ ଓ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶିଶୁ ବିକାଶ ବିଭାଗର ସିଡିପିଓ ସୂଚରିତା ମହାପାତ୍ର ,ସୁପରଭାଇଜର ଅଙ୍ଗନବାଡି କର୍ମୀ ତଥା ଅନେକ ଜନସାଧାରଣ ଉପସ୍ଥିତ ଥିଲେ।