ରାୟଗଡା: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜାଦିକି ଅମୃତ ମହୋତ୍ସବ ଉପଲକ୍ଷେ ବୃ୍କ୍ଷରୋପଣ କାର୍ଯ୍ୟକ୍ରମ ଅନଷ୍ଠିତ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଆଜାଦିକି ଅମୃତ ମହୋତ୍ସବ ଉପଲକ୍ଷେ ବୃ୍ଷରୋପଣ କରାଯାଇଛି । ବନାଞ୍ଚଳ ଅଧିକାରୀ ଚନ୍ଦନ କୁମାର ଗମାଙ୍ଗଙ୍କ ତତ୍ତ୍ଵ ଅବଧାନରେ ବନବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ସହଯୋଗରେ ମୂଖ୍ୟ ରାସ୍ତାର ଦୁଇ ପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇଥିଲା ।