(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ) : ଚଳିତ ମାସରେ ଭୁବନେଶ୍ୱରର ରୂପାଲି ଛକରେ ଥିବା ଟ୍ରାଫିକ ପୋଷ୍ଟରେ ନିଜ ଡ଼ିୟୁଟି ସମୟରେ ଥିବା ଦୁଇ କନେଷ୍ଟବଳ ନିଜ ପୋଷ୍ଟ ଛାଡ଼ି ଅନ୍ୟତ୍ର ମଦ୍ୟପାନ କରୁଥିବା ଘଟଣା ଦେଖିବାକୁ ମିଳିଥିଲା । ପ୍ରଥମେ ଉଭୟଙ୍କୁ ନିଲମ୍ବନ ପରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଜଣଙ୍କୁ ସୁନ୍ଦରଗଡ଼ ଓ ଅନ୍ୟ ଜଣଙ୍କୁ ମାଲକାନାଗିିରି ବଦଳି କରିଥଲେ ।
ସେହିପରି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଳାରେ । କାର୍ଯ୍ୟରତ କନେଷ୍ଟବଳ ଗୋପାଳ ଶଙ୍କର ମାରାଣ୍ଡି ଙ୍କୁ ତାଙ୍କର ଅସୌଜନ୍ୟ ଆଚରଣ ଓ ବିଶୃଙ୍ଖଳିତ ବ୍ୟବହାର ପାଇଁ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜଗମୋହନ ମୀନା ଓଡ଼ିଶା ପୋଲିସ ମାନୁଆଲର ଅଧିନିୟମ ୮୪୦ ଅନୁଯାଇ ତା ୯ .୯.୨୦୧୯ ଦିନ କାର୍ଯ୍ୟରୁ ନିଲମ୍ବନ କରିଥିଲେ । କନେଷ୍ଟବଳ ମାରାଣ୍ଡିଙ୍କ ଆଚରଣ ପାଇଁ ଓଡ଼ିଶା ପୋଲିସକୁ ସର୍ବ ସାଧାରଣରେ ନିନ୍ଦିତ ହେବାକୁ ପଡ଼ିଥିଲା । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଶର୍ମା ଏପରି ଅଭଦ୍ରୋଚିତ ଓ ଅଶାଳୀନ ଆଚରଣକୁ ଗମ୍ଭୀରତାର ସହ ଗ୍ରହଣ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଓ ପ୍ରଶାସନିକ ଦୃଷ୍ଟି କୋଣରୁ ଶ୍ରୀ ମାରାଣ୍ଡିଙ୍କୁ ନିଲମ୍ବନ ଅବସ୍ଥାରେ ଅନଦେଶ ପର୍ଯ୍ୟନ୍ତ ମାଲକାନାଗିରି ଜିଲ୍ଲାକୁ ବଦଳି ପାଇଁ ଦିର୍ଦ୍ଦେଶ ଦେଇଛନ୍ତି ।