(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଧୀରେ ଧୀରେ ଓଡିଶା ମୁହାଁ ହେଉଛି ବାତ୍ୟା ଫୋନି । ବାତ୍ୟା ଫୋନି ଘଣ୍ଟାକୁ ୧୦ କିମି ବେଗରେ ଓଡ଼ିଶା ଆଡ଼େ ମାଡ଼ି ଆସୁଛି । ତେଣୁ ସଜାଗ ରହିବା ସହ ସାମୁଦ୍ରିକ ଝଡ଼ ଫୋନି ଆସନ୍ତା ୩ତାରିଖ ଅପରାହ୍ନରେ ପୁରୀ ବାଲୁଖଣ୍ଡରେ ସ୍ଥଳଭାଗ ଛୁଇବାର ସମ୍ଭାବନା ରହିଛି । ଓଡିଶାରେ ହେବାକୁ ଥିବା ବାତ୍ୟା ଫୋନି ପାଇଁ ଆଗୁଆ ସତର୍କ ସୂଚନା ଜାରି କରାଯାଇଛି । ଏହାର ପ୍ରଭାବ ଅଧିକ ରହିଥିବାରୁ କେତେକ ଟ୍ରେନ ଚଳାଚଲ ବାତିଲ କରାଯିବା ସହ ଆଉ କେତେକର ରୁଟ୍ ପରିବର୍ତନ କରାଯାଇଛି ।
ଭଦ୍ରକ ଏବଂ ଭାଇଜାଗ ମଧ୍ୟରେ ରେଳ ଚଳାଚଳ ସ୍ଥଗିତ ସମ୍ଭାବନା ସୃଷ୍ଟି ହୋଇଛି । ସେହିପରି ଯାତ୍ରୀମାନେ ନିଜ ସୁବିଧାରେ ଯାତ୍ରା କରିବାକୁ ପୂର୍ବତନ ରେଳବାଇ ପକ୍ଷରୁ ପରାମର୍ଶ ଜାରି କରାଯାଇଛି ।
ଏତତ୍ ବ୍ୟତୀତ, ବିପିୟୁଟି ଅଧିନରେ ଥିବା ୧୬୪ଟି କଲେଜର ପରୀକ୍ଷା ଘୁଂଚାଇ ଦିଆଯାଇଛି । ଚଳିତ ମାସ ୨,୩ ଏବଂ ୪ ତାରିଖରେ ହେବାକୁ ଥିବା ପରୀକ୍ଷା ଯଥାକ୍ରମେ ୨୫,୨୭ ଏବଂ ୨୮ରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।