ଟୁଥପେଷ୍ଟ କେବଳ ଦାନ୍ତ ସଫା ପାଇଁ ନୁହେଁ …..

(ରିପୋର୍ଟସ ଟୁଡେ) : ଟୁଥ୍‌ପେଷ୍ଟରେ ଯେ କେବଳ ଦାନ୍ତ ଘଷାଯାଏ ତାହା ନୁହେଁ, ଏଥିରେ ରହିଛି ଆହୁରି ଅନେକ ଉପକାରିତା। ଯାହା ସମ୍ପର୍କରେ କେତେକଙ୍କୁ ଜଣା ନ ଥାଏ।

ତାହାଲେ ଆସନ୍ତୁ ଯାଣିବା କଣ ରହିଚି ଉପକାରିତା

 ଯଦି ଆପଣଙ୍କ ମୁହଁରେ ବ୍ରଣ ହୋଇଛି, ତେବେ ରାତିରେ ଶୋଇବା ପୂର୍ବରୁ ତା’ ଉପରେ ଟୁଥ୍‌ପେଷ୍ଟ ଲଗାଇ ଦିଅନ୍ତୁ। ସକାଳୁ ଉଠି ଦେଖିବେ ବ୍ରଣ ଦୂର ହେବା ସହ ଦାଗ ମଧ୍ୟ କେତେକାଂଶରେ କମି ଯାଇଛି।

 ଡ୍ରେସ୍‌ ଉପରେ ସ୍ୟାହି କିମ୍ବା ଲିପ୍‌ଷ୍ଟିକ୍‌ ଦାଗ ଲାଗିଥିଲେ ସେହି ସ୍ଥାନରେ ଟୁଥ୍‌ପେଷ୍ଟ ଲଗାଇ ରଖନ୍ତୁ। ଏହାପରେ ଥଣ୍ଡାପାଣିରେ ଭଲଭାବେ ଧୋଇ ସଫା କରି ଦିଅନ୍ତୁ।

 ଯଦି କାଚ ଟେବୁଲ୍‌ ଉପରେ ବାରମ୍ବାର ଚା’ କପ୍‌ ଥୁଆ ହୋଇ ଦାଗ ହୋଇ ଯାଇଛି, ତେବେ ଏହାକୁ ଦୂର କରିବା ପାଇଁ ଟୁଥ୍‌ପେଷ୍ଟ ଲଗାଇ ସଫା କରନ୍ତୁ ଦେଖିବେ ଦାଗ କିପରି ଦୂର ହେଉଛି