ରାଜକୀୟ ସମ୍ମାନ ସହ ହେବ ଅନ୍ତିମ ସତ୍କାର

ଗତକାଲି କୋକସରାର ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ଦେହାନ୍ତ ହୋଇଯାଇଛି ।

(କଳାହାଣ୍ଡି) : ଗତକାଲି କୋକସରାର ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ଦେହାନ୍ତ ହୋଇଯାଇଛି । ୮୨ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ପୁଅଙ୍କ ବାସଭବନରେ ସକାଳ ପ୍ରାୟ ୭ଟାରେ ସେ ଶେଷ ନିସ୍ୱାଶ ତ୍ୟାଗ କରିଛନ୍ତି । ଆଜି ଅର୍ଥାତ ଶନିବାର ରାଜକୀୟ ସମ୍ମାନ ସହ ଜୟପାଟଣାରେ ଅନ୍ତିମ ସତ୍କାର ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ , ସ୍ୱର୍ଗତା ସିଂଦେଓ ଥିଲେ ବଡ଼ଖେମୁଣ୍ଡି ରାଜାଙ୍କ ଝିଅ ଏବଂ ଜୟପାଟଣା ରାଜ ପରିବାରର ସଦସ୍ୟ । ସ୍ୱାମୀ ଚନ୍ଦ୍ରଭାନୁ ସିଂଦେଓ ତତ୍କାଳୀନ କୋକସରା ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ । ସ୍ୱାମୀଙ୍କ ଅନ୍ତେ ତାଙ୍କର ସେହି ଆସନରୁ ୧୯୯୫ ଏବଂ ୨୦୦୦ ନିର୍ବାଚନରେ କ୍ରମାଗତ ଭାବେ ୨ ଥର ଲଢ଼ି ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ଜନତା ଦଳରୁ ୧୯୯୫ ରୁ ୨୦୦୦ ଓ ବିଜୁ ଜନତା ଦଳରୁ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ବିଧାୟିକା ଥିଲେ । ପ