୪୦୦ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର/ ସଞ୍ଜୁ- କରୋନା ଆକ୍ରାନ୍ତଙ୍କୁ ନେଇ ରାଜ୍ୟରେ ବଡ ଆଶ୍ୱସ୍ତିକର ଖବର ଆସିଛି ।  ଆଜି ୪୦୦ ତଳକୁ ଆକ୍ରାନ୍ତ ରହିଛନ୍ତି । ଗତ ୨୪ ଘଣ୍ଟାରେ ୩୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୧୯ କ୍ୱାରେଣ୍ଟାଇନରେ ଥିବାବେଳେ ୧୫୯ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିବାଗ ପକ୍ଷରୁ କୁହାଯାଇଛି । ଆଜି ସର୍ବାଧିକ ୩୮ ଅନୁଗୁଳରୁ ରହିଥିବାବେଳେ ଖୋର୍ଦ୍ଧାରୁ ୩୭ ରହିଛି । ଏଥି ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୧୦୩ ଥିବାବେଳେ ଆକ୍ଟିଭ କେସ୍ ୫୨୪୧ ଓ ୩,୧୧୨,୦୬୫ ସୁସ୍ଥ ହୋଇସାରିଲେଣି ।