ଭୁୁବନେଶ୍ୱର/ସଞ୍ଜୁ– ଆସନ୍ତା ଜାନୁଆରୀ ୧୫ ତାରିଖରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ । ଭୋଟ ପରିଚୟ ପତ୍ର ସଂଶୋଧନ ନେଇ ଆଜି ରାଜ୍ୟ ସୂଚନା ନିର୍ବାଚନ ଅଧିକାରୀ ସୁଶିଳ କୁମାର ଲୋହାନୀ ପ୍ରେସମିଟରେ ସୂଚନା ଦେଇଛନ୍ତି । ୧ ଜାନୁଆରୀ ୨୦୨୧ ସୁଦ୍ଧା ୧୮ ବର୍ଷ ହେଉଥିଲେ ଭୋଟର ପରିଚୟ ପତ୍ର ଆବେଦନ କରିପାରିବେ ବୋଲି ରାଜ୍ୟ ସୂଚନା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଭୋଟର ତାଲିକାରେ ନୂଆ ଭୋଟର ଭାବେ ନାଁ ଯୋଡିବା, କିମ୍ବା ଭୋର୍ଟର କାର୍ଡରେ କୈାଣସି ଭୁଲ ଥିଲେ ସଂଶୋଧନ କରିବା କିମ୍ବା ଭୋଟର ତାଲିକାରୁ ନିଜ ନାଁକୁ ବାଦ୍ ଦେବା ପାଇଁ ଆବେଦନ କରିପାରିବେ । ନଭେମ୍ବର ୧୫ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆସନ୍ତା ଡିସେମ୍ବର ୧୫ ମଧ୍ୟରେ ଆବେଦନ କରିପାରିବେ । ଫଟୋ ପୁରୁଣା ହୋଇଥାଏ କିମ୍ବା ନାଁ ଭୁଲ୍ ହୋଇଥିଲେ କିମ୍ବା ଠିକଣା ପରିବର୍ତ୍ତନ କରିଥିଲେ ଆବେଦନ କରପାରିବେ । ଚଳିତ ଥର ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।ଏହା ଅଫଲାଇନରେ ଆବେଦନ କରିବାକୁ ହେଲେ ବୁଥ ଲେବଲ ଅଫିସରଙ୍କ ସହ ଯୋଗାଯୋଗ କରି ଫର୍ମ ନେଇପାରିବେ । ଫର୍ମରେ ଫଟୋ ଜନ୍ମ ପ୍ରମାଣପତ୍ର ଓ ବାସସ୍ଥାନ ପ୍ରମାଣପତ୍ର ଦେଇ ଆବେଦନ କରିପାରିବେ । ସେହିଭଳି ନାଁ ବାଦ ଦେବାକୁ ଚାହୁଁଥିଲେ ମଧ୍ୟ ସମାନ ଫର୍ମରେ ଆବେଦନ କରିପାରିବେ । ଅନଲାଇନ ୱେବସାଇଟରେ ମଧ୍ୟ କ୍ଲିକ କରିପାରିବେ । ଭୋଟର ହେଲ୍ପଲାଇନ ନମ୍ବର ଆପରେ ମଧ୍ୟ ଆବେଦନ କରିପାରିବେ । ଡିସେମ୍ବର ୧୫ ଯାଏଁ ଆବେଦନ ହେବାକୁ ଥିବାବେଳେ ଏହା ଜାନୁଆରୀ ୫ଯାଏଁ ଆବେଦନ ଯାଞ୍ଚ କରାଯିବ । ଯାଞ୍ଚ ପରେ ଆସନ୍ତା ଜାନୁଆରୀ ୧୫ ତାରିଖରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା ।